ବରିଷ୍ଠ କର୍ମଚାରୀଙ୍କୁ ଇଣ୍ଡିଗୋର କରୋନା ଭେଟି – ବିନା ଦରମାରେ ଛୁଟିରେ ଯାଅ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ବିମାନ ଚଳାଚଳ ବାତିଲ ହୋଇଯାଇଛି। ଦୀର୍ଘଦିନ ଧରି ସାରା ଦେଶ ଲକ୍‌ଡାଉନ୍‌ ରହିଥିବାରୁ ଏହାର ସିଧାସଳଖ ପ୍ରଭା ପଡ଼ିଛି ବିମାନ ଚଳାଚଳ ସେବା ଉପରେ। ଫଳରେ ବିମାନ ଚଳାଚଳ ସେବା କ୍ଷେତ୍ରରେ ବ୍ୟାପକ କ୍ଷତି ପରିଲକ୍ଷିତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ପକ୍ଷରୁ ବରିଷ୍ଠ କର୍ମଚାରୀଙ୍କ ଦରମା ପ୍ରଦାନ ନେଇ କଟକଣା ଜାରି କରିଛି। ବରିଷ୍ଠ କର୍ମଚାରୀ ବିନା ଦରମାରେ ଛୁଟିରେ ରହିବାକୁ ଇଣ୍ଡିଗୋ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବରିଷ୍ଠ କର୍ମଚାରୀମାନଙ୍କୁ ମେ’, ଜୁନ୍‌ ଓ ଜୁଲାଇ ପର୍ଯ୍ୟନ୍ତ ବିନା ଦରମାରେ ଛୁଟିରେ ରହିବା ପାଇଁ କୁହାଯାଇଛି।

ଇଣ୍ଡିଗୋ ସିଇଓ ରୋନୋଜୟ ଦତ୍ତ କହିଛନ୍ତି ଯେ କରୋନା ପ୍ରଭାବରେ ବିମାନ ଚଳାଚଳ ସେବା ବେଶ୍‌ ପ୍ରଭାବିତ ହୋଇଛି। ମାର୍ଚ୍ଚ ୨୫ପରେ ସମସ୍ତ ବୁକିଂ ବାତିଲ କରାଯାଇଛି। କେବେଠୁ ବିମାନ ସେବା ଆରମ୍ଭ ହେବ ତାହାର କୌଣସି ସୂଚନା ନାହିଁ। ପରବର୍ତ୍ତି ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ ଇଣ୍ଡିଗୋର ବରିଷ୍ଠ କର୍ମଚାରୀ ଛୁଟିରେ ରହିପାରିବେ। ଇଣ୍ଡିଗୋ ପକ୍ଷରୁ ମାର୍ଚ୍ଚ ଓ ଏପ୍ରିଲ୍‌ ମାସର ପୁରା ଦରମା ଦିଆଯାଇଛି। ଏ ସଂକ୍ରାନ୍ତରେ କର୍ମଚାରୀଙ୍କୁ ଇ-ମେଲ୍‌ ଯୋଗେ ଜଣାଇ ଦିଆଯାଇଛି ବୋଲି ରୋନୋଜୟ କହିଛନ୍ତି।

Comments are closed.