ଇଣ୍ଡିଗୋ-ଏୟାର ଡେକାନ ବିମାନ ମୁହାଁମୁହିଁ ଧକ୍କାରୁ ଅଳ୍ପକେ ବର୍ତ୍ତିଲେ

0

ମୁମ୍ବଇ : ଆକାଶ ମାର୍ଗରେ ଇଣ୍ଡିଗୋ ଓ ଏୟାର ଡେକାନର ଦୁଇ ବିମାନ ମୁହାଁମୁହିଁ ଧକ୍କାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମେ ୨ ତାରିଖରେ ଇଣ୍ଡିଗୋର ବିମାନ ୬ଇ୮୯୨ କଲକାତାରୁ ଅଗରତାଲା ଅଭିମୁଖେ ଓ ଏୟାର ଡେକାନର ବିମାନ ଡିଏନ ୬୦୨ ଅଗରତାଲାରୁ କଲକାତା ଅଭିମୁଖେ ଯାଉଥିବାବେଳେ ଏପରି ଅଘଟଣର ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ବିମାନର ସ୍ୱୟଂଚାଳିତ ସତର୍କ ସୂଚନା ଯୋଗୁଁ ଦୁର୍ଘଟଣାକୁ ଏଡାଯାଇପାରିଥିଲା। ଏହି ସମୟରେ ବିମାନ ଦୁଇଟି ଢାକାର ଆକାଶରେ ଉଡୁଥିଲା। ଏୟାର ଡେକାନ ବିମାନଟି ୯୦୦୦ ଫୁଟ ଉଚ୍ଚରେ ଥିବାବେଳେ ଇଣ୍ଡିଗୋ ବିମାନଟି ୮୩୦୦ ଫୁଟ ଉଚ୍ଚରେ ରହିଥିଲା। ଏପରି ଘଟଣାକୁ ଗୁରୁତ୍ୱର ସହ ବିବେଚନା କରାଯିବା ସହ ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି। ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ଏହାର ତଦନ୍ତ କରିବ।

Leave A Reply