କାନପୁରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ଇନ୍ଦୋର ଯାଉଥିବା ଇଣ୍ଡିଗୋର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ କାନପୁର ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଛି। ଯାତ୍ରୀମାନଙ୍କ ପାଇଁ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଥିବା ଇଣ୍ଡିଗୋ ପକ୍ଷରୁ ସୂଚନା ଦିଆଯାଇଛି। ଏହାପୂର୍ବରୁ ସେପ୍ଟେମ୍ବର ୧୧ରେ କାନପୁରର ଚକେରୀ ବିମାନବନ୍ଦରରୁ ମୁମ୍ବାଇ ଅଭିମୁଖେ ୧୮୦ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିଥିବା ଏକ ଇଣ୍ଡିଗୋ ବିମାନ ରନୱେରେ ସ୍ଥାନ ଅଭାବରୁ ସୁରଟରେ ଅବତରଣ କରିଥିଲା।

ବିମାନଟି ମୁମ୍ବାଇ ବିମାନବନ୍ଦର ଉପରେ ପ୍ରାୟ ଅଧଘଣ୍ଟା ଘୂରି ବୁଲିଥିଲା, କିନ୍ତୁ ଯେତେବେଳେ ଇନ୍ଧନ କମିବା ଆରମ୍ଭ କଲା ସେତେବେଳେ ସୁରଟରେ ଜରୁରୀ ଅବତରଣ କରିବାକୁ ପଡିଲା। ଇନ୍ଧନ ନେବା ପରେ ବିମାନକୁ ପୁଣି ମୁମ୍ବାଇ ବିମାନ ବନ୍ଦରକୁ ନିଆଯାଇଥିଲା। ଏହି କାରଣରୁ ଯାତ୍ରୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ହଇରାଣ ହେବାକୁ ପଡ଼ିଥିଲା।

 

Comments are closed.