ଇଣ୍ଡିଗୋ ବିମାନର ଜରୁରୀ ଅବତରଣ ; ଅସୁସ୍ଥ ଯାତ୍ରୀଙ୍କର ମୃତ୍ୟୁ

0

ଭୁବନେଶ୍ୱର: ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରେ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଥିଲା । କୋଲକାତାରୁ ବେଙ୍ଗାଲୁର ଯାଉଥିବା ୮୨୨ ବିମାନଟି ଶନିବାର ଅପରାହ୍ନରେ ଜରୁରୀ ଅବତରଣ କରିଥିଲା।  ବିମାନରେ ଥିବା ୩୨ ବର୍ଷୀୟ ଜଣେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାରୁ ବିମାନ କର୍ତ୍ତୃପକ୍ଷ ଜରୁରୀ ଅବତରଣ କରାଇଥିଲେ । ଅବତରଣ ପରେ ଅସୁସ୍ଥ ଯାତ୍ରୀଙ୍କୁ ଜରୁରୀ ଚିକିତ୍ସା ଯୋଗାଇ ଦିଆଯିବା ପରେ ଡାକ୍ତରଙ୍କ ନିରିକ୍ଷଣରେ କ୍ୟାପିଟାଲ ହସ୍‌ପିଟାଲକୁ ପଠାଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅନ୍ୟ ଯାତ୍ରୀଙ୍କୁ ନେଇ ଇଣ୍ଡିଗୋ ବିମାନ ପୁଣି ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଗନ୍ତବ୍ୟସ୍ଥଳକୁ ଉଡାଣ ଭରିଛି ।

Leave A Reply