ଇଣ୍ଡିଆୱାଲି ମା’

ମା’ ଭାରତରେ ଥାଉ କି ଯେଉଁ ଦେଶରେ, ମା’ର ଭାବନା ସବୁବେଳେ ସମାନ ହୋଇଥାଏ। ଏବେ ସୋନି ଟିଭିର ନୂଆ ଶୋ’ ‘ଇଣ୍ଡିଆୱାଲି ମା’କୁ ନେଇ ଏପରି କହନ୍ତି ଏହାର ମୁଖ୍ୟ ଚରିତ୍ର ମା’ ଭୂମିକାରେ ଅଭିନୟ କରୁଥିବା ସୁଚିତା ତ୍ରିବେଦୀ। ଏଥିରେ ସେ ଯେପରି ମା’ ଭୂମିକାରେ ଆସୁଛନ୍ତି, ତାଙ୍କ ମା’ ଗୀତା ଅନିଲ ତ୍ରିବେଦୀ ଠିକ୍‍ ସେମିତି ବୋଲି କହନ୍ତି ସୁଚିତା। ତେଣୁ ତାଙ୍କ ଅଭିନୟ ଦେଖି ସୁଚିତା ତାଙ୍କର ନକଲ କରୁଥିବା ନେଇ ତାଙ୍କ ମା’ ଟିପ୍ପଣୀ ଦେଉଛନ୍ତି। ଏହି ଧାରାବାହିକର କାହାଣୀ ଅନୁସାରେ ବିଦେଶରେ ଥିବା ପୁଅ ବାହାହୋଇ ସାରିଛି ବୋଲି ଭିଡିଓ କଲ୍‍ କରି ଖବର ଦେବା ପରେ ବାପାଙ୍କ ପ୍ରତିକ୍ରିୟା ଯେପରି ହେଉଛି, ମା’ ତା’ର ଠିକ୍‍ ବିପରୀତ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ମା’ ସବୁବେଳେ ପିଲାଙ୍କୁ ସୁରକ୍ଷା ଏବଂ ସମର୍ଥନ ଯୋଗାଇ ଆସିଥାଏ। ପାରିବାରିକ ମୂଲ୍ୟବୋଧର ଏଭଳି କାହାଣୀ ଟିଭି କାର୍ଯ୍ୟକ୍ରମଗୁଡିକର ସଫଳତା ପାଇଁ ସାମର୍ଥ୍ୟ ଯୋଗାଇବ ବୋଲି କହନ୍ତି ସୁଚିତା। ଏହି ଧାରାବାହିକରେ ସୁଚିତା ‘କାକୁ’ ଚରିତ୍ରରେ ଅଭିନୟ କରିଥିବା ବେଳେ ନୀତେଶ ପାଣ୍ଡେ- ହଂସମୁଖ, ଅକ୍ଷୟ ମହାତ୍ରେ- ରୋହନ, ଶିନ୍‍ ଦାସ- ଚିନମ୍ମା, ବନ୍ଦନା ଲାଲୱାନି – ବସୁନ୍ଧରା ଭୂମିକାରେ ଅଭିନୟ କରୁଛନ୍ତି। ଦୀର୍ଘଦିନ ପରେ ଏହି ଧାରାବାହିକରୁ ଛୋଟ ପରଦାକୁ ଫେରିଛନ୍ତି ବନ୍ଦନା।

Comments
Loading...