୨୦୨୨ରେ ସ୍ୱଦେଶୀ ଜ୍ଞାନ କୌଶଳରେ ମହାକାଶକୁ ମାନବ ପ୍ରେରଣ କରିବ ଭାରତ

ନୂଆଦିଲ୍ଲୀ .- ମହାକାଶକୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଥିବା ଅନ୍ତରୀକ୍ଷ ଯାନରେ ଭାରତ ମାନବ ପ୍ରେରଣ କରିବ । ୨୦୨୨ରେ ଭାରତର ୭୫ ତମ ସ୍ୱାଧୀନତା ଦିବସ ଅବସରରେ ମହାକାଶକୁ ନିଜସ୍ୱ ରକେଟ୍‌ ଓ ମହାକାଶ ଯାନରେ ମହାକାଶଚାରୀ ଯାତ୍ରା କରିବେ । କେବଳ ଏତି କି ନୁହେଁ ଚନ୍ଦ୍ରଯାନ ୨ ପରେ ଶୁକ୍ର ଓ ସୂର୍ଯ୍ୟଙ୍କ ନିକଟକୁ ମହାକାଶଯାନ ପ୍ରେରଣ କରିବା ପାଇଁ ଭାରତର ମହାକାଶ ବିଜ୍ଞାନ ଗବେଷଣା ସଂସ୍ଥା ଇସ୍ରୋ ଯୋଜନା କରିଛି ।

ଜୁଲାଇ ୧୫ ତାରିଖରେ ଚନ୍ଦ୍ର ନିକଟକୁ ଚନ୍ଦ୍ରଯାନ ୨ ପ୍ରେରଣ କରାଯିବ । ଏହା ବିଷୟରେ ସରକାର ଓ ଇସ୍ରୋ ପକ୍ଷରୁ ସଂଯୁକ୍ତ ଭାବେ ସୂଚନା ଦିଆଯାଇଥିଲା । ଚନ୍ଦ୍ରଯାନ ୨ ମିଶନ ବିଷୟରେ ଇସ୍ରୋର ଅଧ୍ୟକ୍ଷ ଡକ୍ଟର କେ . ଶିବନ ସୂଚନା ଦେଇଥିଲେ । ଏହା ଜୁଲାଇ ୧୫ ତାରିଖ ରାତି ୨ଟା୫୧ (୧୪ ତାରିଖ ୧୨ଟା ପରେ ବିଳମ୍ବିତ ରାତି)ରେ ଏହାକୁ ମହାକାଶକୁ ପ୍ରେରଣ କରାଯିବ । ଏହା ସହ ଏକ ରୋଭର ଯିବ । ରୋଭର ଚନ୍ଦ୍ ପୃଷ୍ଟରେ ଅବତରଣ କରିବ । ଏହା ଚନ୍ଦ୍ରଯାନ ୧ର ବିସ୍ତାରିତ ରୂପ ବୋଲି କେନ୍ଦ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।

୨୦୨୨ରେ ଭାରତର ୭୫ ତମ ସ୍ୱାଧୀନତା ଦିବସ ଅବସରରେ ମହାକାଶକୁ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମହାକାଶଯାନରେ ମହାକାଶଚାରୀଙ୍କ ପ୍ରେରଣ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।

କେବଳ ଏତିକି ନୁହେଁ ଚନ୍ଦ୍ରଯାନ ୨ ପରେ ଭାରତ ଶୁକ୍ର ଗ୍ରହ ଓସୂର୍ଯ୍ୟଙ୍କ ନିକଟକୁ ମହାକାଶ ଯାନ ପ୍ରେରଣ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ମିଶନରେ ସୂର୍ଯ୍ୟଙ୍କର ଲିବରେସନ ପଏଣ୍ଟ ଏକକୁ ଏକ ମହାକାଶଯାନ ପ୍ରେରଣ କରାଯିବ ।

୨୦୨୩ରେ ଶୁକ୍ରକୁ ଭାରତ ଏକ ମହାକାଶଯାନ ପ୍ରେରଣ କରିବ । ୨୦୨୧ ସୁଦ୍ଧା ଗଗନଯାନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ । ଏଥିରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ରକେଟକୁ ମହାକାଶକୁ ପ୍ରେରଣ କରାଯିବ । ଏହାର ପ୍ରାଥମିକ ତାଲିମ ଭାରତରେ ଦିଆଯିବ । ଅଧିକ ତାଲିମ ବିଦେଶରେ ଦିଆଯିବ । ଏଥିପାଇଁ ୧୦୦୦୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହା ସହ ଇସ୍ରୋ ବିଶ୍ୱତାପୟନ(ଗ୍ଲୋବାଲ ଓ୍ୱାର୍ଣ୍ଣିଂ)ରୁ ନିସ୍ତାର ପାଇବାପାଇଁ ବିଭିନ୍ନ ପ୍ରକଳ୍ପରେ କାମ କରୁଛି ବୋଲି ଇସ୍ରୋ ଅଧ୍ୟକ୍ଷ କେ ଶିବନ ସୂଚନା ଦେଇଛନ୍ତି ।

Comments are closed.