ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ୨ ପଦକ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶନିବାର ଭାରତ ଆଉ ୨ ପଦକ ଲାଭ କରିଛି । ୧୦ କିମି ମହିଳା ଚାଲିବା ଦୌଡ (ୱାକ ରେସ୍)ରେ ପ୍ରିୟଙ୍କା ଗୋସ୍ୱାମୀ ରୌପ୍ୟ ପଦକ ଜିତିଛନ୍ତି।

ସେହିପରି ୩ ହଜାର ମିଟର ଷ୍ଟିପଲଚେଜ୍‌ରେ ଅବିନାଶ ମୁକୁନ୍ଦ ମଧ୍ୟ ରୌପ୍ୟ ବିଜୟୀ ହୋଇଛନ୍ତି। ତେବେ ମାତ୍ର ୦.୦୫ ସେକେଣ୍ଡ ପାଇଁ ସେ ସ୍ବର୍ଣ୍ଣ ପଦକରୁ ବଂଚିତ ହୋଇଛନ୍ତି।

ଏହି ସଫଳତା ପାଇଁ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅବିନାଶଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Comments are closed.