ରିଲିଜ୍ ହେଲା ‘ଇଣ୍ଡିଆଜ୍ ମୋଷ୍ଟ ୱାଣ୍ଟେଡ଼’ର ଟ୍ରେଲର

ମୁମ୍ବଇ : ବଲିଉଡ଼ ଅଭିନେତା ଅର୍ଜୁନ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଇଣ୍ଡିଆଜ୍ ମୋଷ୍ଟ ୱାଣ୍ଟେଡ଼’ର ଟ୍ରେଲର ଗୁରୁବାର ରିଲିଜ୍ ହୋଇଛି। ୨ ମିନିଟ୍ ୩୦ ସେକେଣ୍ଡର ଏହି ଟ୍ରେଲର ଦର୍ଶକଙ୍କୁ ପସନ୍ଦ ଆସିଥିବା ଜଣାପଡ଼ିଛି। ଏହା ଏକ ଆକ୍ସନ-ଥ୍ରୀଲର ଭିତ୍ତିକ ଚଳଚ୍ଚିତ୍ର। ଟ୍ରେଲରରେ ଅର୍ଜୁନ ନିଜ ୫ ଜଣିଆ ଟିମ୍ ସହ ମିଶି ଦେଶ ପାଇଁ ଜୀବନ ବାଜି ଲଗାଉଥିବା ଦେଖିବାକୁ ମିଳିଛି। ଏମାନେ ମୋଷ୍ଟ ୱାଣ୍ଟେଡ଼ ଆତଙ୍କବାଦୀମାନଙ୍କୁ ଧରିବାର ଦାୟିତ୍ବ ବହନ କରିଛନ୍ତି। ବିଶେଷ କଥା ହେଉଛି ଏମାନେ ବିନା କୌଣସି ଅସ୍ତ୍ରଶସ୍ତ୍ରରେ ଆତଙ୍କବାଦୀଙ୍କୁ ଧରିବାର ନିଷ୍ପତ୍ତି ନେଇଛନ୍ତି। ଚଳଚ୍ଚିତ୍ରଟି ସତ୍ୟ ଘଟଣା ଉପରେ ଆଧାରିତ ବୋଲି କୁହାଯାଉଛି।
ରାଜ୍ କୁମାର ଗୁପ୍ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଚଳିତ ମାସ ୨୪ ତାରିଖରେ ମୁକ୍ତିଲାଭ କରିବ।

Comments are closed.