ଆଜି ୩ ଟା ୦୨ ମିନିଟରେ ଉତ୍‍କ୍ଷେପଣ ହେବ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଇଓଏସ୍‍-୧

ଶ୍ରୀହରିକୋଟା : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ପକ୍ଷରୁ ଶନିବାର ଅପରାହ୍ଣ ୩ ଟା ୦୨ ମିନିଟରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଇଓଏସ୍‍-୧ ଉତ୍‍କ୍ଷେପଣ କରାଯିବ। ପିଏସ୍‍ଏଲ୍‍ଭି-ସି୪୯ ଲଞ୍ଚର ସାହାଯ୍ୟରେ ଏହି ଉତକ୍ଷେପଣ କରାଯିବ ବୋଲି ସୂଚନା ମିଳିଛି। ଏନେଇ ଶୁକ୍ରବାର ଅପରାହ୍ଣରୁ ଅବଗଣନା ଆରମ୍ଭ ହୋଇଛି। ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହାକୁ ଉତକ୍ଷେପଣ କରାଯିବ। ଏଥିସହିତ ୯ଟି ବିଦେଶୀ ଉପଗ୍ରହ ମଧ୍ୟ ଉତକ୍ଷେପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ଧ୍ରୁବିୟ ଉପଗ୍ରହ ଉତକ୍ଷେପଣ ଯାନ ଏହାର ୫୧ତମ ମିଶନରେ ଏହି ୧୦ଟି ଉପଗ୍ରହ ଉତକ୍ଷେପଣ କରିବ। ଏହା କୃଷି, ଜଙ୍ଗଲ ଏବଂ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ବ୍ୟବହାର କରାଯିବ ବୋଲି ଇସ୍ରୋର ବୈଜ୍ଞାନିକମାନେ କହିଛନ୍ତି।

Comments are closed.