ଚଳିତ ବର୍ଷ ଭାରତର ଜିଡିପି ୯.୬ ଭାଗକୁ ହ୍ରାସ ପାଇବ : ବିଶ୍ୱ ବ୍ୟାଙ୍କ୍‍

ୱାଶିଂଟନ : ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୯.୬ ପ୍ରତିଶତକୁ ହ୍ରାସ ପାଇବା ନେଇ ବିଶ୍ୱ ବ୍ୟାଙ୍କ୍‍ ଆକଳନ କରିଛି। କୋବିଡ୍‍-୧୯ ସଂକ୍ରମଣ ଯୋଗୁଁ ଭାରତରେ ଦେଶବ୍ୟାପୀ ଲକ୍‍ଡାଉନ୍‍ ଲାଗୁ କରାଯିବାରୁ ଏହାର ଫଳସ୍ୱରୂପ ପାରିବାରିକ ଆୟ ଏବଂ କମ୍ପାନୀ ଓ ଶିଳ୍ପ ସଂସ୍ଥଶ ଗୁଡ଼ିକର ଆୟ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି। ବିଶ୍ୱ ବ୍ୟାଙ୍କ୍‍ ଏହାର ଦକ୍ଷିଣ ଏସିଆ ଅର୍ଥନୈତିକ ଫୋକସ୍‍ ରିପୋର୍ଟରେ ସମଗ୍ର ଅଞ୍ଚଳରେ ବ୍ୟାପକ ଅର୍ଥନୈତିକ ମନ୍ଥରତା ନେଇ ପୂର୍ବାନୁମାନ କରିଛି।

ଏହି ରିପୋର୍ଟ ଅନୁସାରେ ୨୦୨୦ରେ ଆଞ୍ଚଳିକ ଅଭିବୃଦ୍ଧି ଶତକଡ଼ା ୭.୭ଭାଗ ହ୍ରାସ ପାଇବାର ଅନୁମାନ କରାଯାଇଛି। ଭାରତର ଜିଡିପି ଚଳିତ
ଆର୍ଥିକ ବର୍ଷରେ ୯.୬% ହ୍ରାସ ପାଇବା ନେଇ  ଏଥିରେ ପୂର୍ବାନୁମାନ କରାଯାଇଛି। ସୂଚନା ଯୋଗ୍ୟ, ବିଶ୍ୱ ବ୍ୟାଙ୍କ୍‍ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ବାର୍ଷିକ ବୈଠକ ପୂର୍ବରୁ ଏହି ରିପୋର୍ଟ ପ୍ରକାଶ ପାଇଛି।

Comments are closed.