୪୫୭.୪୬୮ ବିଲିୟନ୍‍ ଡଲାର ରେକର୍ଡ ସ୍ତରରେ ପହଞ୍ଚିଲା ଭାରତର ବୈଦେଶିକ ବିନିମୟ ମୁଦ୍ରା ଗଚ୍ଛିତ ପରିମାଣ

ମୁମ୍ବଇ : ଭାରତର ବୈଦେଶିକ ବିନିମୟ ମୁଦ୍ରା ଗଚ୍ଛିତ ପରିମାଣ ୨. ୫୨୦ ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ପାଇଛି। ୨୦୧୯, ଡିସେମ୍ବର ୨୭ରେ ଶେଷ ହୋଇଥିବା ସପ୍ତାହରେ ଏହା ସର୍ବୋଚ୍ଚ ରେକର୍ଡ ସ୍ତର ୪୫୭.୪୬୮ ବିଲିୟନ୍‍ ଡଲାରରେ ପହଞ୍ଚିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ପ୍ରେସ୍‍ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

ବୈଦେଶିକ ମୁଦ୍ରାକୁ ଏକ ପ୍ରମୁଖ ସଂପଦ ଭାବେ ବିବେଚନା କରାଯାଉଥିବା ବେଳେ ମୋଟାମୋଟି ଗଚ୍ଛିତ ପରିମାଣ ୨.୨୦୩ ବିଲିୟନ ଡଲାରରୁ ୪୨୪. ୯୩୬ ବିଲିୟନ୍‍ ଡଲାରକୁ ବୃଦ୍ଧି ପାଇଛି ।

Comments are closed.