କୋଭିଡ-୧୯ ଚିକିତ୍ସା ପାଇଁ ଔଷଧ : କ୍ଲିନିକାଲ ପରୀକ୍ଷଣରେ ସଫଳ ‘ଆୟୁଧା ଆଡଭାନ୍ସ’

ଅହମ୍ମଦାବାଦ : କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହର ସମଗ୍ର ବିଶ୍ୱରେ ପୁଣି କାୟା ବିସ୍ତାର କରିଥିବା ବେଳେ ଏକ ଆସ୍ବସ୍ତିକର ଏବେ ନୂଆ ଆଶା ସଞ୍ଚାର କରିଛି। କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ପାଇଁ ଏକ ପ୍ରଭାବଶାଳୀ ଚିକିତ୍ସା ନେଇ ଏକ ସଫଳତା ମିଳିଛି।
ଉଦ୍ଭିଦ ଭିତ୍ତିକ ଏକ ତରଳ ଔଷଧ ‘ଆୟୁଧା ଆଡଭାନ୍ସ’ ଅହମ୍ମଦାବାଦର ଦୁଇଟି ସରକାରୀ ଡାକ୍ତରଖାନାରେ କରାଯାଇଥିବା ଦୁଇ ଦୁଇଟି ମାନବ କ୍ଲିନିକାଲ ପରୀକ୍ଷଣରେ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ନିରାପଦ ବୋଲି ଜଣାପଡିଛି। ‘ଆୟୁଧା ଆଡଭାନ୍ସ’ ମାଧ୍ୟମରେ ମାତ୍ର ଚାରି ଦିନର ଚିକିତ୍ସା ପରେ, କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବିନା ରୋଗୀମାନଙ୍କଠାରେ ଭୁତାଣୁ ସଂକ୍ରମଣକୁ ସଫଳ ଏବଂ ପ୍ରଭାବଶାଳୀ ଭାବରେ ହ୍ରାସ କରିପାରୁଛି । ଯେଉଁ ସମସ୍ତ କୋଭିଡ-୧୯ ପଜିଟିଭ ରୋଗୀ, ଯେଉଁମାନେ ‘ଆୟୁଧା ଆଡଭାନ୍ସ’ ଦ୍ବାରା ଚିକିତ୍ସିତ ହୋଇଥିଲେ ଏବଂ ଶରୀରର ତାପମାତ୍ରା, କାଶ ଏବଂ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଭଳି ଲକ୍ଷଣ ଗୁଡ଼ିକ ଥିଲା ; ତାହା ଭଲ ହୋଇଯାଇଛି।
ବିଜ୍ଞାନ ତଥା ସ୍ୱାସ୍ଥ୍ୟ ସୂଚନାର ବିଶ୍ବର ଅଗ୍ରଣୀ ପ୍ରକାଶନ ଦ୍ବାରା ପ୍ରକାଶିତ ’ସମସାମୟିକ କ୍ଲିନିକାଲ୍ ଟ୍ରାଏଲ୍ କମ୍ୟୁନିକେସନ୍’ ପତ୍ରିକା: ଏଲସେଭିଆର୍ ନିକଟରେ ସାର୍ବଜନୀନ କରିଛି ଯେ ‘ଆୟୁଧା ଆଡଭାନ୍ସ’ର ଅତିରିକ୍ତ ଚିକିତ୍ସା (ସାମାନ୍ୟ ଆରୋଗ୍ୟ ମାନଦଣ୍ଡ ସହିତ) ମୃଦୁ ଲକ୍ଷଣ ଥିବା କୋଭିଡ-୧୯ ରୋଗୀଙ୍କ ପାଇଁ ନିରାପଦ ଏବଂ ପ୍ରଭାବଶାଳୀ ଥିଲା। । ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି ସୂଚନା ଅନୁସାରେ- ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ ଆମେରିକାର ୱେବସାଇଟରେ ମଧ୍ୟ ଏହି ଗବେଷଣା ପ୍ରକାଶିତ ହୋଇଛି।
୨୦୨୦ ଅକ୍ଟୋବରରେ ପ୍ରଥମ ମାନବ କ୍ଲିନିକାଲ୍ ପରୀକ୍ଷା ଏବଂ ଅଧ୍ୟୟନ, ଏନଏଚଏଲ ମ୍ୟୁନିସିପାଲିଟି ମେଡିକାଲ୍ କଲେଜ୍ ଏବଂ ଏସଭିପିଆଇଏମଏସଆ, ଏଲିସବ୍ରିଜ୍, ଅହମ୍ମଦାବାଦରେ କରାଯାଇଥିଲା। ଜାନୁଆରୀ ୨୦୨୧ରେ, ଅହମ୍ମଦାବାଦର ସୋଲା, ଜିଏମଆରଏସ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ କରାଯାଇଥିଲା ଦ୍ୱିତୀୟ ମାନବ କ୍ଲିନିକାଲ୍ ପରୀକ୍ଷା କରାଯାଇଥିଲା । ପ୍ରଥମ ଅଧ୍ୟୟନରେ ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କ ଉପରେ ଏହାର ପ୍ରଭାବ ପରୀକ୍ଷା କରାଯାଇଥିଲା।
ପ୍ରଥମ କ୍ଲିନିକାଲ୍ ଅଧ୍ୟୟନର ସଫଳ ଫଳାଫଳ ଏକ ବୃହତ ପରୀକ୍ଷଣର ପରବର୍ତ୍ତୀ ଅଧ୍ୟୟନ, ମଧ୍ୟମ ଲକ୍ଷଣ ବିଶିଷ୍ଟ କରୋନା ରୋଗୀ ଏବଂ ଅନ୍ୟାନ୍ୟା ରୋଗରେ ଆକ୍ରାନ୍ତ, ଏବଂ ଯେର୍ଉମାନଙ୍କଠାରେ କରୋନା ରୋଗର ଜଟିଳତା ହେବାର ଅଧିକ ସମ୍ଭାବନା ଥାଏ ସେମାନଙ୍କଠାରେ କରାଗଲା। ଏହି ରୋଗୀମାନଙ୍କୁ ଦିନକୁ ଚାରିଥର ୧୫ ମି.ଲି ‘ଆୟୁଧା ଆଡଭାନ୍ସ’ ଦିଆଯାଉଥିଲା ଏବଂ ସେମାନେ ଚାରି ଦିନ ମଧ୍ୟରେ ସୁସ୍ଥ ହୋଇଥିଲେ।
ଅନ୍ୟପକ୍ଷରେ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ, ଟ୍ରାନ୍ସନେସନାଲ ସ୍ବାସ୍ଥ୍ୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ପକ୍ଷରୁ ରେମଡେସିଭର୍ ଅପେକ୍ଷା ‘ଆୟୁଧା ଆଡଭାନ୍ସ’ ତିନି ଗୁଣ ଅଧିକ ପ୍ରଭାବଶାଳୀ ବୋଲି ଜଣାପଡିଛି।
‘ଆୟୁଧା ଆଡଭାନ୍ସ’ ହେଉଛି ଏକ ତରଳ ଔଷଧ ଯାହାକି ୨୧ଟି ବିଭିନ୍ନ ପ୍ରକାରର ଉଦ୍ଭିଦ ଭିତ୍ତିକ ଉପକରଣକୁ ନେଇ ପ୍ରସ୍ତୁତ ହୋଇଛି । ଯାହାକୁ ଗୁଜରାଟର ଶୁକ୍ଳା ଆଶାର ଇମ୍ପେକ୍ସ ପିଭି ଲିମିଟେଡ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଆୟୁର୍ବେଦିକ ଶାସ୍ତ୍ରଗୁଡ଼ିକ ଏହି ଉପାଦାନଗୁଡ଼ିକୁ ମାନବ ବ୍ୟବହାର ପାଇଁ ପ୍ରଭାବଶାଳୀ ଏବଂ ନିରାପଦ ବୋଲି ରିପୋର୍ଟ କରିଥାଏ । ଏହି ଆରୋଗ୍ୟକାରୀ ଔଷଧୀୟ ଉପାଦାନଗୁଡିକ କ୍ୱାଣ୍ଟମ୍ ଟେକ୍ନୋଲୋଜି ଏବଂ କୋଲଏଡାଲ୍ ସାଇନ୍ସ ବ୍ୟବହାର କରି ପ୍ରକ୍ରିୟାକରଣ କରାଯାଏ ଏବଂ ଆଙ୍ଗଷ୍ଟ୍ରମ୍ ଆକାରର କଣିକାକୁ ଭାଙ୍ଗି ଦିଆଯାଏ। ଏହା ସେମାନଙ୍କୁ ଅଧିକ ପ୍ରଭାବଶାଳୀ କରିଥାଏ।
‘ଆୟୁଧା ଆଡଭାନ୍ସ’ଟିକାଠାରୁ ଭିନ୍ନ। କାରଣ ଟୀକାକରଣ ଭୁତାଣୁଙ୍କର ନିର୍ଦ୍ଦିଷ୍ଟ ଷ୍ଟ୍ରେନ୍ ବିରୁଦ୍ଧରେ ଆଣ୍ଟିବଡି ବିକଶିତ କରିବାରେ ସାହାଯ୍ୟ କରେ। ତଥାପି, ସେମାନେ ଏହି ରୋଗରୁ ଶତପ୍ରତିଶତ ସୁରକ୍ଷା ଯୋଗାଇ ନଥିବା ଜଣା ପଡିଛି। ତୁଳନାତ୍ମକ ଭାବରେ, ‘ଆୟୁଧା ଆଡଭାନ୍ସ’ରୋଗର ସଫଳ ପରିଚାଳନାରେ ସାହାଯ୍ୟ କରେ ଯେତେବେଳେ ସାଧାରଣ ସୁପାରିଶ କରାଯାଇଥିବା ଚିକିତ୍ସା ସହିତ ମିଳିତ ଭାବରେ ବ୍ୟବହୃତ ହୁଏ ବୋଲି ଶୁକ୍ଲା ଆଶାର ଇମ୍ପେକ୍ସ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଦୀପ ଶୁକ୍ଳା କହିଛନ୍ତି।
‘ଆୟୁଧା ଆଡଭାନ୍ସ’ ଦୁଇଟି ବିସ୍ତୃତ କ୍ଲିନିକାଲ୍ ପରୀକ୍ଷା ଶେଷ କରିଛି। ଏହାକୁ ବ୍ୟବହାର କରିବା ପାଇଁ ଶହ ଶହ ଡାକ୍ତର ପରାମର୍ଶ ଦେଇଛନ୍ତି ଏବଂ ୫୦,୦୦୦ରୁ ଅଧିକ ରୋଗୀଙ୍କ ଭଲ ଚିକିତ୍ସା ପାଇଁ ଏହା ବ୍ୟବହାର ହୋଇଛି। ସମସ୍ତ କରୋନା ରୋଗୀ ଯେଉଁମାନେ ‘ଆୟୁଧା ଆଡଭାନ୍ସ’ ଖାଇଥିଲେ ସେମାନେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ସଫଳତାର ସହିତ ସୁସ୍ଥ ହୋଇଥିଲେ। ରୋଗୀମାନେ ସେମାନଙ୍କ ସହ-ଅସୁସ୍ଥତା ସତ୍ତ୍ବେ ‘ଆୟୁଧା ଆଡଭାନ୍ସ’ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ନିରାପଦ ବୋଲି ଜାଣି ପାରିଥିଲେ। ଏହି ଉତ୍ପାଦକୁ ଗୁଜୁରାଟର ରାଜ୍ୟ ଏଫଡିସିଏ (ଆୟୁର୍ବେଦ) ଅନୁମୋଦନ କରିଛି ଏବଂ ଉତ୍ପାଦନ ଓ ମାର୍କେଟିଂ ଉଦ୍ଦେଶ୍ୟରେ ଲାଇସେନ୍ସ ପ୍ରଦାନ କରିଛି।
ସମ୍ପ୍ରତି, ଦୁଇଟି ଉତ୍ପାଦ ‘ଆୟୁଧା’ ଅଧୀନରେ ରହିଛି। ‘ଆୟୁଧା ଆଡଭାନ୍ସ’ଏବଂ ‘ଆୟୁଧା ମେଣ୍ଟେନ’। ଯେଉଁମାନେ କୋଭିଡ-୧୯ ରୋଗରେ ଆକ୍ରାନ୍ତ ସେମାନଙ୍କ ପାଇଁ ହେଉଛି ‘ଆୟୁଧା ଆଡଭାନ୍ସ’ଏକ ନିରାପଦ ଏବଂ ପ୍ରଭାବଶାଳୀ ଚିକିତ୍ସା। ତେବେ, ଏହି ରୋଗୀଙ୍କ ପରିବାରକୁ ଭୁତାଣୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଅତିରିକ୍ତ ଯତ୍ନ ନେବା ଆବଶ୍ୟକ ; ‘ଆୟୁଧା ମେଣ୍ଟେନ’ ଏକ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି।
‘ଆୟୁଧା ମେଣ୍ଟେନ’ ମାଧ୍ୟମରେ ଏପର୍ୟ୍ୟନ୍ତ ୨,୨୦,୦୦୦ରୁ ଅଧିକ ପରିବାର ସଦସ୍ୟଙ୍କୁ ସୁରକ୍ଷିତ ରଖାଯାଇଛି। ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଦିଗରେ ଏହା ସାହାଯ୍ୟ କରିଥାଏ। ରୋଗର ଭୁତାଣୁ ଆମ ଶରୀରରେ ବ୍ୟାପିବାର ସୁଯୋଗ ପାଇବା ପୂର୍ବରୁ ସେ ଏହାକୁ ବାହାର କରି ଦେଇଥାଏ ବୋଲି ବିଶେଷଜ୍ଞମାନେ କୁହନ୍ତି।

Comments are closed.