ଭାରତର ଅର୍ଥନୈତିକ ଅଭିବୃଦ୍ଧି ଆଶାଠାରୁ ଅତ୍ୟନ୍ତ ଦୁର୍ବଳ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି

0

ନୂଆଦିଲ୍ଲୀ: ଭାରତରେ ସମ୍ପ୍ରତି ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମଏଫ) ଚିନ୍ତାବ୍ୟକ୍ତ କରିଛି। ଦେଶର ଆର୍ଥିକ ଅଭିବୃଦ୍ଧି ଆଶାଠାରୁ ଅତ୍ୟନ୍ତ ଦୁର୍ବଳ ବୋଲି ଆଇଏଏଫ କହିଛି। ଏଥିପାଇଁ କର୍ପୋରେଟ ଏବଂ ପରିବେଶ ସମ୍ବନ୍ଧୀୟ ନିୟାମକରେ ଅନିଶ୍ଚିତତା ଏବଂ କିଛି ଅଣବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀଗୁଡ଼ିକର ଦୁର୍ବଳତାକୁ ଦାୟୀ କରାଯାଇଛି। କିନ୍ତୁ ଆଇଏମଏଫ ଆହୁରି ମଧ୍ୟ କହିଛି ଯେ, ଦୁର୍ବଳ ଅଭିବୃଦ୍ଧି ସତ୍ବେ ଭାରତ ଚୀନଠାରୁ ବହୁତ ଆଗରେ ରହିଛି ଏବଂ ଏହା ଦ୍ରୁତଗତିରେ ବିକାଶ ଅଭିମୁଖେ ଯାତ୍ରା କରୁଥିବା ବିଶ୍ଵର ସବୁଠାରୁ ବଡ଼ ଅର୍ଥ ବ୍ୟବସ୍ଥା ଭାବେ ତିଷ୍ଠି ରହିବ। ଆଇଏମଏଫର ମୁଖପାତ୍ର ଗ୍ୟାରୀ ରାଇସ୍‌ ଗୁରୁବାର ୱାଶିଂଟନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଭାରତର ଆର୍ଥିକ ଅଭିବୃଦ୍ଧି ୭ ବର୍ଷ ପଛକୁ ଚାଲିଯାଇଛି। ବର୍ଷକ ତଳେ ଦେଶର ଅଭିବୃଦ୍ଧି ହାର ୮% ଥିଲାବେଳେ ଚଳିତବର୍ଷ ଏପ୍ରିଲରୁ ଜୁନ ମଧ୍ୟରେ ୫%କୁ ଖସି ଆସିଥିଲା।

Leave A Reply