୮୫ ଦିନରେ ୧୦ କୋଟି ଟପିଲା ଟିକାକରଣ : ଟିକାଦାନ କ୍ଷେତ୍ରରେ ଭାରତ ଶୀର୍ଷରେ

ନୂଆଦିଲ୍ଲୀ : କୋଭିଡ-୧୯ ଟୀକାକରଣ କ୍ଷେତ୍ରରେ ଭାରତ ଆଉ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଟିକାକରଣ ଅଭିଯାନର ୮୫ ଦିନରେ ଦେଶରେ ୧୦ କୋଟିରୁ ଅଧିକ ଲୋକଙ୍କୁ ଟିକାଦାନ କରାଯାଇଛି। ଫଳରେ ଭାରତ ବିଶ୍ବର ଅଗ୍ରଣୀ ଟିକା ପ୍ରଦାନକାରୀ ରାଷ୍ଟ୍ର ହୋଇପାରିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୮୫ ଦିନରେ ୧୦ କୋଟିରୁ ଅଧିକ ଲୋକଙ୍କୁ କୋଭିଡ-୧୯ ଟିକା ଦେବାରେ ଭାରତ ବିଶ୍ବର ଦ୍ରୁତତମ ଦେଶ ହୋଇପାରଛି। ଚଳିତ ବର୍ଷ ଜାନୁଆରୀ ୧୬ରେ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଆରମ୍ଭ କରାଯାଇଥିଲା।
ଆମେରିକାରେ ଏହି ୮୫ ଦିନରେ ୯.୨ କୋଟି ଡୋଜ ଏବଂ ଚୀନରେ ସମାନ ଅବଧିରେ ୬.୧ କୋଟି ଡୋଜ ଟିକା ଦିଆଯାଇଥିଲା।

Comments are closed.