ନେପାଳୀ ନୁହେଁ ଭାରତୀୟ, ଅର୍ଥ ଲୋଭରେ ଲଣ୍ଡା ହୋଇ ଜୟ ଶ୍ରୀ ରାମ ଲେଖିଥିଲେ

ବାରାଣାସୀରେ ଜଣେ ନେପାଳୀ ଯୁବକ ଲଣ୍ଡା ହୋଇ ଜୟ ଶ୍ରୀ ରାମ ଲେଖିବା ପ୍ରସଙ୍ଗରେ ସତ କଥା ଜଣାପଡିଛି। ସେହି ଘଟଣାରେ ଭାଇରାଲ ହୋଇଥିବା ଭିଡିଓରେ ଲଣ୍ଡା ହୋଇଥିବା ଯୁବକ ଜଣକ ସ୍ଥାନୀୟ ଅଂଚଳର ଅର୍ଥାତ୍ ଭାରତୀୟ ବୋଲି ଜଣାପଡିଛି। ସେ ନିଜେ ଏହା କହିଛନ୍ତି। ପଚରାଉଚରା ବେଳେ ଯୁବକ ଜଣକ ତାଙ୍କ ନାମ ଧର୍ମେନ୍ଦ୍ର ସିଂ ଏବଂ ସେ ବେଲୁପୁର ଜଳ ସଂସ୍ଥାନ ସ୍ଥିତ ସରକାରୀ ଘରେ ରହେ। ଧର୍ମେନ୍ଦ୍ରଙ୍କ କହିବା ଅନୁଯାୟୀ ତାଙ୍କ ପିତାମାତା ଜଳ ସଂସ୍ଥାନର କର୍ମଚାରୀ ଥିଲେ। ମା’ଙ୍କ ମୃତ୍ୟୁ ପରେ ତାଙ୍କ ଭାଇ ଚାକିରି ପାଇଲେ, ତେଣୁ ସେ ତାଙ୍କ ସହିତ ରହିଲେ। ସେ କହିଥିଲେ ଯେ ଜୁଲାଇ ୧୬ରେ ତାଙ୍କ ପୁରୁଣା ବନ୍ଧୁ ମହଙ୍ଗୁ ଏବଂ ଜୟପ୍ରକାଶ ନାଇ ଘରକୁ ଆସିଥିଲେ।

ଦୁହେଁ ତାଙ୍କୁ କହିଥିଲେ ଯେ ଅରୁଣ ପାଠକଙ୍କ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଗଙ୍ଗା ଘାଟ କୂଳରେ ଲଣ୍ଡା ହେବାକୁ ପଡିବ ଓ ସେଥିପାଇଁ ତାଙ୍କୁ ଏକ ହଜାର ଟଙ୍କା ମିଳିବ। ସେ ଘାଟକୁ ଯାଇଥିଲେ ଏବଂ ସେମାନଙ୍କ କହିବା ମୁତାବକ ଲଣ୍ଡା ହୋଇଥିଲେ। ତେବେ ସୋସିଆଲ ମିଡିଆରେ ସେହି ଭିଡିଓ ଭାଇରାଲ ହେବା ପରେ କୁହାଯାଇଥିଲା ଯେ ବିଶ୍ଵ ହିନ୍ଦୁ ସେନାର କାର୍ଯ୍ୟକର୍ତ୍ତାମାନେ ଜଣେ ନେପାଳୀ ଯୁବକଙ୍କୁ ଲଣ୍ଡା କରି ତାଙ୍କ ମୁଣ୍ଡରେ ଜୟ ଶ୍ରୀରାମ ଲେଖିଛନ୍ତି। ଇତି ମଧ୍ୟରେ ଭେଲୁପୁର ପୁଲିସ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ଓ ଦୁଇଟି ପୋଲିସ ଟିମ୍ ଅରୁଣ ପାଠକକୁ ଖୋଜୁଛି।

Comments are closed.