ଦେଶରେ ଦିନକୁ ବ୍ୟବହାର ହେଉଛି ୮୩ କୋଟି ଟଙ୍କାର ସାନିଟାଇଜର: ୬ ମାସ ମଧ୍ୟରେ ୩୦ ହଜାର କୋଟି ଟଙ୍କାର ବଜାର

କରୋନା ବିରୋଧ ଲଢ଼େଇରେ ସାନିଟାଇଜରକୁ ଏକ ବଡ଼ ଶସ୍ତ୍ର ଭାବରେ ଗଣାଯାଉଛି । ବୈଜ୍ଞାନିକମାନେ ପ୍ରତି ୨୦ ମିନିଟରେ ଅନ୍ୟୂନ ଥରେ ହାତ ସଫା କରିବାକୁ ପରାମର୍ଶ ଦେଉଛନ୍ତି । ସାବୁନରେ ହାତ ଧୋଇବା ସମ୍ଭବ ନ ହେଲେ ସାନିଟାଇଜରକୁ ବିକଳ୍ପ ଭାବରେ ଗ୍ରହଣ କରାଯାଉଛି । ପରିସ୍ଥିତି ଏପରି ହୋଇଥିଲା ଯେ ଏକ ସମୟରେ ସାନିଟାଇଜର ଉଭାନ ହୋଇ ଯାଇଥିଲା । ଏପରିକି ବହୁ ଅଧିକ ମୂଲ୍ୟରେ ଲୋକମାନେ ସାନିଟାଇଜର କିଣିବା ଦେଖାଯାଇଥିଲା । ଏହି ପରିସ୍ଥିତିରେ ଦେଶରେ ସାନିଟାଇଜର ବଜାର ଢ଼େରଗୁଣ ବୃଦ୍ଧି ପାଇଛି ।  ଏପରିକି ସାନିଟାଇଜର ବିକ୍ରି ଏତେ ବଢ଼ିଛି ଯେ ତାହା ଧାରଣା ବାହାରେ । ଏପରିକି ଦେଶରେ ପ୍ରତିଦିନ ୮୩ କୋଟି ଟଙ୍କାର ସାନିଟାଇଜର ବିକ୍ରି ହେଉଥିବା ଏକ ବଜାର ଅନୁସନ୍ଧାନ ଦଳ ସୂଚନା ଦେଇଛନ୍ତି ।

ଦେଶରେ ସାନିଟାଇଜର ବଜାର ସମ୍ପର୍କରେ ଅନୁସନ୍ଧାନ କରୁଥିବା ଏକ ସଂସ୍ଥା ପକ୍ଷରୁ କୁହାଯାଇଛି ମହାରାଷ୍ଟ୍ରର ଏକ ଆଭ୍ୟନ୍ତରୀଣ ଅଞ୍ଚଳର ଏକ ଦୋକାନରେ ୨୦୧୭ରେ ୪୩ ହଜାର ଟଙ୍କାର ସାନିଟାଇଜର ବିକ୍ରି ହୋଇଥିଲା । ୨୦୧୮ରେ ୫୩ ହଜାର  ଓ ୨୦୧୯ରେ ୫୮୦୦୦ ଟଙ୍କାର ସାନିଟାଇଜର ବିକ୍ରି ହୋଇଥିଲା । ମାତ୍ର ୨୦୨୦ ଜାନୁଆରୀରୁ ମାର୍ଚ ମଧ୍ୟରେ ଏହ ଦୋକାନରେ ୧,୧୨,୧୪୩ ଟଙ୍କାର ସାନିଟାଇଜର ବିକ୍ରି ହୋଇଥିବାବେଳେ ଏପ୍ରିଲ ୧ ତାରିଖରୁ ଜୁଲାଇ ୩୧ ତାରିଖ ମଧ୍ୟରେ ବିକ୍ରି ପରିମାଣ ୧୦ ଲକ୍ଷ ଟଙ୍କାକୁ ଅତିକ୍ରମ କରିଛି ।

କୋବିଡ଼-୧୯ ପୂର୍ବରୁ ଦେଶରେ ସାନିଟାଇଜର ବଜାର ଦେଶରେ ୧୦୦ରୁ ୨୦୦ କୋଟି ଟଙ୍କା ଥିଲା । ମାତ୍ର ଏବେ ତାହା ଢ଼େର ବୃଦ୍ଧି ପାଇଛି । କେଭିନ କେୟାର କମ୍ପାନୀର ପର୍ସନାଲ କେୟାର ଫଣ୍ଡ ଆଲାଏନ୍ସର ନିର୍ଦେଶକ ତଥା ସିଇଓ ଭେଙ୍କଟେଶ ବିଜୟ ରାଘବନ କହିଛନ୍ତି ଯେ ଦେଶରେ ସାନିଟାଇଜର କାରବାର ଏତେ ବୃଦ୍ଧି ପାଇଛି ଯେ ତାହା ଅକଳ୍ପନୀୟ । ନେଲସନ ଗ୍ଲୋବାଲ କନେକ୍ଟର ରିଟେଲ ଇଣ୍ଟେଲିଜେନ୍ସ ନିର୍ବାହୀ ନିର୍ଦେଶକ ସମୀର ଶୁକ୍ଲାଙ୍କ ଅନୁସାରେ ଦେଶରେ ସାନିଟାଇଜର ଆବଶ୍ୟକତା ଅନ୍ୟୂନ ୮ ଗୁଣ ବୃଦ୍ଧି ପାଇଛି । ଦେଶରେ ଛୋଟବଡ଼ ପ୍ରାୟ ୨୫୦ ଏହାକୁ ପ୍ରସ୍ତୁତ କରିବାରେ ଲାଗିଛନ୍ତି ।

କୁହାଯାଇଛି ଯେ ଯଦି ଦେଶର ୩୩ କୋଟି ଲୋକ ଦୈନିକ ସାନିଟାଇଜର ବ୍ୟବହାର କରୁଥାଆନ୍ତି ଓ ଜଣକା ୫ ମିଲିଲିଟର ବ୍ୟୟ କରୁଥାଆନ୍ତି ତେବେ ଦୈନିକ ଭାରତରେ ୧୬୫ ମିଲିଲିଟର  ସାନିଟାଇଜର ବ୍ୟବହାର ହେଉଛି । ସରକାରଙ୍କ ଦ୍ବାରା ଧାର୍ଯ୍ୟ ଦର ଅନୁସାରେ ପ୍ରତି ମିଲିଲିଟର ସାନିଟାଇଜରର ମୂଲ୍ୟ ୫୦ ପଇସା ହେଲେ ପ୍ରତିଦିନ ୩୩ କୋଟି ଭାରତୀୟ ୮୩ କୋଟି ଟଙ୍କାର ସାନିଟାଇଜର ବ୍ୟବହାର କରୁଥାଆନ୍ତି । ଏହାକୁ ୩୬୫ ଦିନ ହିସାବ କଲେ ଏହାର ପରିମାଣ ୩୦ ହଜାର କୋଟି ଟଙ୍କାରେ ପହଞ୍ଚିବ ।

ଡ଼ିଓ ବଜାରର ୫ ଗୁଣ ଓ ଶାମ୍ପୂ ବଜାରର ୨ଗୁଣ ଅଧିକ 

ଦେଶରେ ଯୋତା, ଡ଼ିଟରଜେଣ୍ଟ, ଡ଼େକୋରେଟିଭ ପେଣ୍ଟସ ବଜାର ପ୍ରାୟ ୩୦ ହଜାର କୋଟି ଟଙ୍କା । ମାତ୍ର ସାନିଟାଇଜର ବଜାର ବର୍ତମାନ ଏହି ପରିମାଣରେ ପହଞ୍ଚିଛି । କୋବିଡ଼-୧୯ ଶେଷ ହେବା ପରେ ଯଦି ପ୍ରତି ୧୦ ଜଣରେ ଜଣେ ଭାରତୀୟ ସାନିଟାଇଜର ବ୍ୟବହାର କରନ୍ତି ତେବେ ଏହା ଡ଼ିଟରଜେଣ୍ଟ ବଜାରର୫ ଓ କେଶ ରଙ୍ଗ ବଜାରରର ୩ ଗୁଣା ଓ ଶାମ୍ପୋ ବଜାରର ୨ ଗୁଣ ଓ ଟୁଥପେଷ୍ଟ ବଜାରର ଦେଢ଼ଗୁଣ  ଅଧିକ ବିକ୍ରି ହେବା ଆକଳନ କରାଯାଇଛି ।

Comments are closed.