ଶିକ୍ଷା ଉପରେ ଖର୍ଚ୍ଚରେ ବିଶ୍ୱର ୧୩୬ ନଂ ସ୍ଥାନରେ ଭାରତ, ହୋମୱାର୍କରେ ୧ନଂ

0

ନୂଆଦିଲ୍ଲୀ : ଶିକ୍ଷା ଉପରେ ଖର୍ଚ୍ଚ ମାମଲାରେ ଭାରତ ସ୍ଥିତି ସନ୍ତୋଷଜନକ ନୁହେଁ। ଏହି କ୍ଷେତ୍ରରେ ଖର୍ଚ୍ଚ ମାମଲାରେ ଭାରତ ବିଶ୍ୱର ୧୩୬ ନମ୍ବର ସ୍ଥାନରେ ରହିଛି। ଆବଶ୍ୟକତା ଅନୁସାରେ ଖର୍ଚ୍ଚ ଏବଂ ଉତ୍କୃଷ୍ଟ ମାନର ଶିକ୍ଷାର ଅଭାବ ଏବେ ଭାରତ ଯୁବ ପିଢିଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏକ ଅନ୍ତର୍ଜାତୀୟ ସର୍ଭେ ଅନୁସାରେ ଭାରତର ୮୬% ଯୁବକ ଭବିଷ୍ୟତକୁ ନେଇ ଆଶାବାଦୀ ଅଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ୩୩% ଶିକ୍ଷାର ଅଭାବକୁ ଚିନ୍ତାର ବିଷୟ କହିଥିଲେ। ତେବେ ବିଶ୍ୱରେ ଶିକ୍ଷା ଉପରେ ଖର୍ଚ୍ଚ କରବା ମାମଲରେ ୧ ନମ୍ବର ସ୍ଥାନରେ ରହିଛି ନରୱେ। ନରେୱ ନିଜ ମୋଟ ଘରୋଉ ଉତ୍ପାଦ (ଜିଡିପି)ର ୬%ରୁ ଅଧିକ ଶିକ୍ଷା ଉପରେ ଖର୍ଚ୍ଚ କରିଥାଏ। ହେଲେ ପିଲାଙ୍କୁ ପଢାଇବା ଏବଂ ହୋମୱାର୍କ କରାଇବା ମାମଲାରେ ଭାରତ ବିଶ୍ୱର ଏକ ନମ୍ବର ସ୍ଥାନରେ ରହିଛି।
ଉଲ୍ଲେଖଯୋଗ୍ୟ ଯେ ଚଳିତ ବଜେଟରେ ଶିକ୍ଷା ଉପରେ ଖର୍ଚ୍ଚ ପାଇଁ ୮୫ ହଜାର ୧୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହା ଗତବର୍ଷର ସଂଶୋଧିତ ବଜେଟଠାରୁ ୩ ହଜାର ୧୪୧ କୋଟି ଟଙ୍କା ଅଧିକ। ଚଳିତ ବଜେଟରେ ଶିକ୍ଷା ଉପରେ ଖର୍ଚ୍ଚରେ ୩.୬୯% ବୃଦ୍ଧି ଘଟିଛି। ୨୦୧୨-୧୩ ଆର୍ଥିକ ବର୍ଷରେ ଶିକ୍ଷା ଉପରେ ଜିଡିପିର ୩.୧% ଖର୍ଚ୍ଚ କରାଯାଇଥିଲାବେଳେ ୨୦୧୪-୧୫ରେ ଜିଡିପିର ୨.୮%, ୨୦୧୫-୧୬ରେ ଜିଡିପିର ୨.୪%, ୨୦୧୬-୧୭ ଏବଂ ୨୦୧୭-୧୮ରେ ସାମାନ୍ୟ ବୃଦ୍ଧି ଘଟିଥିଲା। ୨୦୧୮-୧୯ରେ ଶିକ୍ଷା ଉପରେ ଜିଡିପିର ୨.୭% ଖର୍ଚ୍ଚ କରାଯିବ।
ପ୍ରାଥମିକ ସ୍କୁଲରୁ ସ୍ନାତକ ପର୍ଯ୍ୟନ୍ତ ପିଲାଙ୍କ ପାଠ ପଢା ପାଇଁ ସବୁଠୁ ଅଧିକ ଖର୍ଚ୍ଚ କରୁଥିବା ଦେଶ ହେଉଛି ହଂକଂ। ହଂକଂରେ ପ୍ରାଥମିକ ସ୍କୁଲରୁ ସ୍ନାତକ ପର୍ଯ୍ୟନ୍ତ ପାଠ ପଢା ପାଇଁ ପ୍ରତି ପିଲା ପିଛା ହାରାହାରି ୯୩ରୁ ୯୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହା ପଛକୁ ୟୁଏଇରେ ୭୨ରୁ ୭୫ ଲକ୍ଷ, ସିଙ୍ଗାପୁରରେ ୫୦ରୁ ୫୨ ଲକ୍ଷ, ଆମେରିକାରେ ୪୨ରୁ ୪୫ ଲକ୍ଷ, ତାଇୱାନରେ ୪୦ରୁ ୪୨ ଲକ୍ଷ, ଚୀନରେ ୩୧ରୁ ୩୨ ଲକ୍ଷ, ଅଷ୍ଟ୍ରେଲିଆରେ ୨୬ରୁ ୨୮ ଲକ୍ଷ, ବ୍ରିଟେନରେ ୧୮ରୁ ୨୦ ଲକ୍ଷ, କାନାଡାରେ ୧୬ରୁ ୧୮ ଲକ୍ଷ ଏବଂ ଭାରତରେ ପ୍ରତି ପିଲାର ପାଠ ପଢା ପାଇଁ ହାରାହାରି ୧୩ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଘରୋଇ ହୋମୱାର୍କ କ୍ଷେତ୍ରରେ ଭାରତ ସବୁଠୁ ଆଗରେ ରହିଛି। ଭାରତରେ ପିଲା ସପ୍ତାହକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ପାଠ ପଢୁଥିଲାବେଳେ ତୁର୍କିରେ ୮.୭ ଘଣ୍ଟା, ସିଙ୍ଗାପୁରରେ ୭.୯ ଘଣ୍ଟା, ଚୀନରେ ୭.୨ ଘଣ୍ଟା, ଆମେରିକାରେ ୬.୨ ଘଣ୍ଟା, ଅଷ୍ଟ୍ରେଲିଆରେ ୪.୪ ଘଣ୍ଟା, ବ୍ରିଟେରେ ୩.୬ ଘଣ୍ଟା ଓ ଜାପାନରେ ୨.୬ ଘଣ୍ଟା ପର୍ଯ୍ୟନ୍ତ ପାଠ ପଢନ୍ତି।

Leave A Reply