ଭାରତୀୟ ମହିଳା ଫୁଟବଲ ଲିଗ୍‌ ସ୍ଥଗିତ

କଟକ: ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‌ଏଫ)ପକ୍ଷରୁ ଏପ୍ରିଲ ୨୧ରୁ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ଭାରତୀୟ ମହିଳା ଫୁଟବଲ ଲିଗ୍‌(ଆଇଡବ୍ଲୁଏଲ) ୪ର୍ଥ ସଂସ୍କରଣକୁ ସ୍ଥଗିତ ରଖାଯାଇଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଉକ୍ତ ଲିଗ୍‌କୁ ସ୍ଥଗିତ ରଖିବାକୁ ଏଆଇଏଫଏଫ ନିଷ୍ପତ୍ତି ନେଇଛି। ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଓ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ)ର ମିଳିତ ସହଯୋଗ​ରେ ଏହି ଲିଗ୍‌ ଖେଳାଯିବାକୁ କାର୍ୟ୍ୟସୂଚୀ ଘୋଷିତ ହୋଇଥିଲା।

କରୋନା ବୃଦ୍ଧି ପାଉଥିବାରୁ ଖେଳାଳିମାନଙ୍କ ସୁରକ୍ଷା ଓ ସାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ କ୍ରୀଡ଼ା ବିଭାଗ ଓ ଏଆଇଏଫଏଫ ପକ୍ଷରୁ ଲିଗ୍‌କୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଉକ୍ତ ଲିଗ୍‌ରେ ଖେଳିବା ନେଇ ଓଡ଼ିଶାରୁ ଏକମାତ୍ର ଦଳ ଭାବେ ୨୦୧୭-୧୮ ଚମ୍ପିଆନ ରାଇଜିଂ ଷ୍ଟୁଡେଣ୍ଟ୍‌ସ ଯୋଗ୍ୟତା ହାସଲ କରିଛି।

Comments are closed.