ଭାରତୀୟ ବଂଶୋଦ୍ଭବ ପ୍ରିୟା ସେରାଓ ହେଲେ ଅଷ୍ଟ୍ରେଲିଆର ମିସ୍‍ ୟୁନିଭର୍ସ

କାନବେରା : ଭାରତୀୟ ବଂଶୋଦ୍ଭବ ପ୍ରିୟା ସେରାଓ ୨୦୧୯ ଅଷ୍ଟ୍ରେଲିଆ ମିସ୍‍ ୟୁନିଭର୍ସ ମୁକୁଟ ବିଜେତା ହୋଇଛନ୍ତି। ଗୁରୁବାର ରାତିରେ ମେଲବୋର୍ଣ୍ଣଠାରେ ଆୟୋଜିତ ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟରେ ୨୬ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରିୟା ଏହି ଉପାଧି ଜିତିଛନ୍ତି । ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ମିସ୍‍ ୟୁନିଭର୍ସ ପ୍ରତିଯୋଗିତାରେ ସେ ଅଷ୍ଟ୍ରେଲିଆ ପାଇଁ ପ୍ରତିନିଧିତ୍ୱ କରିବେ।
ଭାରତରେ ଜନ୍ମିତ ପ୍ରିୟାଙ୍କ ପରିବାର ଲୋକେ ପ୍ରଥମେ ଓମାନ ପରେ ସେଠାରୁ ଯାଇ ଦୁବାଇରେ ରହିଥିଲେ। ପରବର୍ତ୍ତୀ ସମୟରେ ପ୍ରିୟାଙ୍କ ପରିବାର ଦୁବାଇରୁ ଯାଇ ଅଷ୍ଟ୍ରେଲିଆରେ ସ୍ଥାୟୀ ଭାବେ ରହିଥିଲେ। ଆଇନ ଡିଗ୍ରୀ ଧାରୀ ପ୍ରିୟା ଏବେ ମେଲବୋର୍ଣ୍ଣର ଏକ ସରକାରୀ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି।

Comments are closed.