ଭାରତରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ କ୍ଷେତ୍ରରେ ସହରକୁ ଟପିଲା ଗାଁ

ସମାଜ ପୋର୍ଟାଲ ଡେସ୍କ: ଇଣ୍ଟରନେଟ୍ ବ୍ୟବହାର ଦୃଷ୍ଟିରୁ ଗ୍ରାମୀଣ ଭାରତ ସହରାଞ୍ଚଳ ଭାରତଠାରୁ ବହୁତ ଆଗରେ ଥିବା ଜଣାପଡିଛି। ସ୍ମାର୍ଟଫୋନ୍ ଏବଂ ଶସ୍ତା ଇଣ୍ଟରନେଟ୍ ସଂଯୋଗ ଫଳରେ ଏହି ପରିବର୍ତ୍ତନ ସମ୍ଭବ ହୋଇଛି। ଇଣ୍ଟରନେଟ୍ ଏବଂ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆର ପରିସଂଖ୍ୟାନ ତାଜା ପରିସଂଖ୍ୟାନ ଅନୁଯାୟୀ ଭାରତର ସହରାଂଚଳ ଅପେକ୍ଷା ଗ୍ରାମାଞ୍ଚଳରେ ୧୦ ପ୍ରତିଶତ ଅଧିକ ଇଣ୍ଟରନେଟ୍ ବ୍ୟବହାର କରାଯାଉଛି। ଅର୍ଥାତ୍ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ କ୍ଷେତ୍ରରେ ଭାରତର ଗ୍ରାମଗୁଡ଼ିକ ସହରଠାରୁ ଆଗରେ ଅଛନ୍ତି। ପରିସଂଖ୍ୟାନ ଅନୁଯାୟୀ, ସହରାଞ୍ଚଳରେ ଯେଉଁଠାରେ ୨୦ କୋଟି ୫୦ ଲକ୍ଷ ଉପଭୋକ୍ତା ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି, ଗ୍ରାମାଞ୍ଚଳରେ ୨୨ କୋଟି ୭୦ ଲକ୍ଷ ଉପଭୋକ୍ତା ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି।

ଏଭଳି ପରିବର୍ତ୍ତନ ପଛରେ ସ୍ମାର୍ଟଫୋନ୍ ଏବଂ ହାଇ ସ୍ପିଡ୍ ଇଣ୍ଟରନେଟ୍ ଏକ ବଡ଼ କାରଣ ବୋଲି ବିଶ୍ୱାସ ବିଶ୍ୱାସ କରାଯାଉଛି। ଚଳିତ ବର୍ଷ ଜାନୁଆରୀରେ ଭାରତରେ ସ୍ମାର୍ଟଫୋନ୍ ବଜାର ପ୍ରଥମ ଥର ପାଇଁ ଆମେରିକା ସ୍ମାର୍ଟଫୋନ୍ ବଜାରକୁ ଅତିକ୍ରମ କରିଥିଲା ଏବଂ ଚୀନ୍ ପରେ ଦ୍ୱିତୀୟ ବୃହତ୍ତମ ସ୍ମାର୍ଟଫୋନ୍ ବଜାରରେ ପରିଣତ ହେଲା। ଭାରତରେ ବର୍ତ୍ତମାନ ୫୦ କୋଟି ୪୦ ଲକ୍ଷ ଇଣ୍ଟରନେଟ ବ୍ୟବହାରକାରୀ ଅଛନ୍ତି, ଯାହା ଚୀନ୍ ପରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ ଉପଭୋକ୍ତା। ଚୀନରେ ବିଶ୍ୱର ସର୍ବାଧିକ ଇଣ୍ଟରନେଟ୍ ବ୍ୟବହାରକାରୀ ଅଛନ୍ତି ଏବଂ ସେମାନଙ୍କ ସଂଖ୍ୟା ପ୍ରାୟ ୮୫ କୋଟି।

ତେବେ ବିଜେପି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି କହିଛି ଯେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଭାରତ ମଧ୍ୟରେ ଥିବା ଦୂରତ୍ୱ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ଭାରତରେ ପ୍ରଥମ ଥର ପାଇଁ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଇଣ୍ଟରନେଟ୍ ବ୍ୟବହାରକାରୀ ଅଛନ୍ତି। ୨୦୧୯ ନଭେମ୍ବର ସୁଦ୍ଧା ଗ୍ରାମୀଣ ଭାରତରେ ୨୨ କୋଟି ୭୦ ଲକ୍ଷ ଇଣ୍ଟରନେଟ୍ ବ୍ୟବହାରକାରୀ ଥିବାବେଳେ ସହରାଞ୍ଚଳ ଭାରତରେ ୨୦ କୋଟି ୫୦ ଲକ୍ଷ ଇଣ୍ଟରନେଟ୍ ବ୍ୟବହାରକାରୀ ଅଛନ୍ତି।

Comments are closed.