ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ହତ୍ୟା

0

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଛି। ହତ୍ୟାର ଶିକାର ଛାତ୍ର ହେଉଛନ୍ତି ମୌଲିନ ରାଥୋଡ (୨୫)। ସୋମବାର ରାତିରେ ରାଥୋଡ ପଶ୍ଚିମ ମେଲବୋର୍ଣ୍ଣର ସନବରି ଅଞ୍ଚଳରେ ୧୯ବର୍ଷର ଜଣେ ବାଳିକାର ଘରକୁ ବୁଲିବାକୁ ଯାଇଥିଲେ। ବାଳିକା ଜଣଙ୍କ ତାଙ୍କ ଘରେ ରାଥୋଡଙ୍କ ଉପରେ ଆକ୍ରମଣ କରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିବାବେଳେ ସେଠାରେ ମୃତ୍ୟୁ ହୋଇଛି। ବାଳିକା ଜଣଙ୍କ ଘରେ ଏକାକୀ ରହୁଥିଲେ। ପୁଲିସ ଉକ୍ତ ବାଳିକାକୁ ଗିରଫ କରିଛି। ବିବାହ ୱେବସାଇଟ୍‍ ମାଧ୍ୟମରେ ଉଭୟଙ୍କର ବନ୍ଧୁତା ହୋଇଥିଲା। ରାଥୋଡ ୪ବର୍ଷ ହେଲା ପାଠ ପଢିବା ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆ ଆସିଥିଲେ। ସେ ବାପ ମା’ଙ୍କ ଏକମାତ୍ର ସନ୍ତାନ।

Leave A Reply