www.samajalive.in
Sunday, December 14, 2025
17.1 C
Bhubaneswar

ମହୁରେ ’ଚିନି ସିରା’ ଓ ’ଚାଉଳ ମଣ୍ଡ’: ନାମୀ-ଦାମୀ କମ୍ପାନୀ ନମୁନା ପରୀକ୍ଷଣରେ ଫେଲ୍

ନୂଆଦିଲ୍ଲୀ: ବଜାରରେ ମିଳୁଥିବା ନାମୀ କମ୍ପାନୀର ଦାମୀ ମହୁ ବି ଭେଜାଲ । ଖାଲି ଭେଜାଲ ନୁହେଁ, ଚିନି ସିରା ଓ ଚାଉଳ ମଣ୍ଡ ଦିଆଯାଇ ଏହାକୁ ପ୍ରସ୍ତୁତ କରାଯାଉଛି । ବର୍ତମାନ କରୋନା କାଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ମହୁର ବ୍ୟବହାର ବୃଦ୍ଧି ପାଇଛି, ଆଉ ସବୁଠାରୁ ଗୁରୁତ୍ବପୂର୍ଣ କଥା ହେଉଛି ମହୁ ବଦଳରେ ଲୋକମାନେ ଅତ୍ୟଧିକ ଚିନି ଖାଉଛନ୍ତି । ସେଣ୍ଟର ଫର ସାଇନ୍ସ ଏଣ୍ଡ ଏନଭୟରମେଣ୍ଟ (ସିଏସଇ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ସିଏସଇର ମହାନିର୍ଦେଶକ ସୁନୀତା ନାରାୟଣଙ୍କ ଦ୍ବାରା ପ୍ରସ୍ତୁତ ରିପୋର୍ଟରେ ଭାରତୀୟ ବଜାରରେ ବିକ୍ରି ହେଉଥିବା ଅଧିକାଂଶ ବ୍ରାଣ୍ଡର ମହୁ ଭେଜାଲ ଓ ଏଥିରେ ଚିନି ସିରପ୍ ବ୍ୟବହାର କରାଯାଇଥିବା ଦର୍ଶାଯାଇଛି ।

- Advertisement -

ମହୁରେ ଅପମିଶ୍ରଣକୁ ସିଏସଇ ପକ୍ଷରୁ ‘ହନି ଗେଟ୍’ ବୋଲି ଉଲ୍ଲେଖ କରାଯାଇଛି । କରୋନା ସଂକଟକାଳରେ ଲୋକମାନେ ସ୍ବାସ୍ଥ୍ୟ ଓ ଜୀବନ ସହ ସଂଘର୍ଷ କରୁଥିବାବେଳେ ଏହି ଅପମିଶ୍ରଣକୁ ଅତ୍ୟନ୍ତ ଚିନ୍ତାଜନକ ବୋଲି ଉଲ୍ଲେଖ କରାଯାଇଛି । ଏହା ସହିତ ଏହି ଅପମିଶ୍ରିତ ମହୁ ବ୍ୟବହାର ଲୋକଙ୍କ ସ୍ବାସ୍ଥ୍ୟକୁ ଅଧିକ ବିପର୍ଯ୍ୟସ୍ତ କରିଦେବ ବୋଲି ଆଶଙ୍କା କରାଯାଇଛି । ଆଣ୍ଟିମାଇକ୍ରୋବାୟଲ୍ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ତତ୍ବ ଥିବାରୁ ଲୋକମାନେ ମହୁ ଖାଇବାକୁ ପସନ୍ଦ କରୁଛନ୍ତି । ମାତ୍ର ଏହି ମହୁ ଯେ ଭେଜାଲ ଓ ଏଥିରେ କେବଳ ଚିନିର ସିରା ରହିଛି ତାହା ଲୋକମାନେ ଜାଣି ପାରୁନାହାନ୍ତି । ଫଳରେ ମହୁ ନାମରେ ଲୋକମାନେ ଅଧିକ ଚିନି ଖାଇବା ଦ୍ବାରା ମେଦ ବହୁଳତା, ମୋଟାପଣ ଜନିତ ରୋଗର ଶିକାର ହେଉଛନ୍ତି ।

ସିଏସଇର ଅନୁସନ୍ଧାନ ଓ ଫଳାଫଳ

ସିଏସଇ ପକ୍ଷରୁ କରାଯାଇଥିବା ଅନୁସନ୍ଧାନରେ ଭାରତରେ ପ୍ରକ୍ରିୟାକୃତ କରାଯାଇ ବିକ୍ରି କରାଯାଉଥିବା ୧୩ଟି ବିଭିନ୍ନ ବଡ଼ ଓ ଛୋଟ କମ୍ପାନୀର ମହୁ ପରୀକ୍ଷା କରାଯାଇଥିଲା । ଗୁଜରାଟର ନେସନାଲ ଡ଼ାଏରୀ ଡ଼େଭଲପମେଣ୍ଟ ବୋର୍ଡ଼ (ଏନଡ଼ିଡ଼ିବି)ରେ କରାଯାଇଥିବା ପରୀକ୍ଷାରେ ବହୁ ବଡ଼ ନାମୀ କମ୍ପାନୀର ଦାମୀ ମହୁ କରାଯାଇଥିବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିନାହାନ୍ତି । ଅଧିକାଂଶ ମହୁ ଆଦୌ ଶତ ପ୍ରତିଶତ ଶୁଦ୍ଧ ନ ଥିବା ଏଥିରେ ପ୍ରମାଣିତ ହୋଇଛି ଏବଂ ଏଥିରେ ଚିନି ସିରା ଦିଆଯାଇଥିବା ପ୍ରମାଣିତ ହୋଇଛି ।

ସେହିପରି ଏହି ନାମୀ ଓ ଦାମୀ ମହୁଗୁଡ଼ିକର ଆଣବିକ ଚୁମ୍ବକୀୟ ରିଜୋନାନ୍ସ (ଏନଏମଆର୍) ପରୀକ୍ଷଣରେ ମଧ୍ୟ ଅଧିକାଂଶ ମହୁର ନମୁନା ବିଫଳ ହୋଇଛନ୍ତି । ଜର୍ମାନର ଏକ ବିଶେଷଜ୍ଞ ପରୀକ୍ଷାଗାରରେ କରାଯାଇଥିବା ୧୩ଟି ନମୁନା ମଧ୍ୟରୁ ମାତ୍ର ୩ଟି ନମୁନା ଅନେକାଂଶ ଶୁଦ୍ଧ ବୋଲି ପ୍ରମାଣିତ ହୋଇଥିଲା।

ସିଏସଇର ଖାଦ୍ୟ ନିରାପତ୍ତା ଓ ଟକ୍ସିନ କାର୍ଯ୍ୟକ୍ରମ ନିର୍ଦେଶକ ଅମିତ୍ ଖୁରାନାଙ୍କ ସୂଚନା ଅନୁସାରେ ସାରା ଭାରତରେ ବିକ୍ରି ହେଉଥିବା ଅଧିକାଂଶ ମହୁ ଭେଜାଲ ଓ ଏଥିରେ ଚିନି ଓ ଚାଉଳ ମଣ୍ଡ ବ୍ୟବହାର କରାଯାଇଥିବା ପ୍ରମାଣ ମିଳିଛି । ସବୁଠାରୁ ହେଉଛି ଏହି ଭେଜାଲ ଏତେ ନିଖୁଣ ଭାବରେ କରାଯାଉଛି ଯେ ତାହାକୁ ଧରିବା ମଧ୍ୟ କଷ୍ଟକର । ଏହା ଏକ ପ୍ରକାର ବ୍ୟଭିଚାର ବୋଲି ଅମିତ୍ ଖୁରାନା କହିଛନ୍ତି ।

ପରୀକ୍ଷଣର ଫଳାଫଳ:

୭୭ ପ୍ରତିଶତ ନମୁନାରେ ଚିନି ସିରପ ବ୍ୟବହାର

ପରୀକ୍ଷିତ ମୋଟ ୨୨ ନମୁନା ମଧ୍ୟରୁ ୫ଟି ଉତ୍ତୀର୍ଣ୍ଣ

ଭାରତରୁ ବିଦେଶକୁ ରପ୍ତାନୀ କରାଯାଉଥିବା ମହୁର ଏନଏମଆର୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଗତ ଅଗଷ୍ଟ ୧ ତାରିଖରେ ଏଥିନେଇ ନିର୍ଦେଶନାମା ଜାରି ହୋଇଛି । ମାତ୍ର ଭାରତରେ ପ୍ରକ୍ରିୟାକୃତ ଓ ବିକ୍ରି ହେଉଥିବା ମହୁ ଲାଗି ଏନଏମଆର୍ ପରୀକ୍ଷା ବାଧ୍ୟତାମୂଳକ କରାଯାଇ ନାହିଁ । ତେଣୁ ଏହି ପରୀକ୍ଷଣ ଆବଶ୍ୟକତା ସମ୍ପର୍କରେ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସିଏସଇ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛି । ସେହିପରି ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI)  ଦେଶକୁ ଆମଦାନୀ ହେଉଥିବା ଗୋଲଡ଼େନ ସିରପ, ଇନଭର୍ଟ ଚିନି ସିରପ୍, ଚାଉଳ ସିରପ ଆଦି ସମ୍ପର୍କରେ ତଦାରଖ କରିବା ଲାଗି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଗତବର୍ଷ ପରାମର୍ଶ ଦେଇଥିଲା। ଏହି ସାମଗ୍ରୀ ସବୁ ମହୁ ଅପମିଶ୍ରଣରେ ବ୍ୟବହାର କରାଯାଉଥିବାରୁ ସତର୍କ ରହିବାକୁ ମଧ୍ୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ ପରାମର୍ଶ ଦେଇଥିଲା ।

ଅନ୍ୟପକ୍ଷରେ ଚୀନ କମ୍ପାନୀ ଆଲିବାବା ପରି ସଂସ୍ଥା ଫ୍ରୁଟ କୋଜ ସିରପ ବିକ୍ରି ପାଇଁ ବିଜ୍ଞାପନକୁ ଅନୁଧ୍ୟାନ ପରେ ସିଏସଇ ଏଥିରୁ ଅପମିଶ୍ରରଣ ଅନେକ ସୂତ୍ର ହାସଲ କରିବାକୁ ସମର୍ଥ ହୋଇଛି ବୋଲି ସୂଚନା ମିଳିଛି । ଅନେକ ଚୀନା କମ୍ପାନୀ ଚିନିରୁ ଏପରି ସିରପ ପ୍ରସ୍ତୁତ କରୁଛନ୍ତି ଯାହା ମହୁରେ ମିଶାଇଲେ ତାହା ଧରା ପଡ଼ିବ ନାହିଁ । ଏପରିକି ସି୩ ଓ ସି୪ ପରୀକ୍ଷଣରେ ମଧ୍ୟ ତାହା ଜଣା ପଡ଼ିବ ନାହିଁ । ଏହାପରେ ସିଏସଇ ପକ୍ଷରୁ ଚୀନ କମ୍ପାନୀଗୁଡ଼ିକ ସହ ଯୋଗାଯୋଗ କରାଯାଇ ନମୁନା ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା । ଇ ମେଲ ଯୋଗେ ଏହି ସାମଗ୍ରୀ ଭାରତ ଆମଦାନୀ ହୋଇ ପାରିବ କି ନାହିଁ ତାହା ସମ୍ପର୍କରେ ଖୋଳତାଡ଼ କରାଯାଇଥିଲା । ସମ୍ପୃକ୍ତ ଚୀନା କମ୍ପାନୀଗୁଡ଼ି ଏହି ଚିନି ସିରପ ଭାରତକୁ ପଠାଯାଇ ପାରିବ ବୋଲି ଉତ୍ତର ଦେଇଥିଲେ।

ଏପରିକି ମହୁରେ ୮୦% ପର୍ଯ୍ୟନ୍ତ ଏହି ସିରପ୍ ଅପମିଶ୍ରଣ ହେଲେ ମଧ୍ୟ ତାହା ପରୀକ୍ଷାରେ ଧରା ପଡ଼ିବ ନାହିଁ ଓ ଅସଲି ମହୁ ଭାବରେ ଗଣାଯିବ । ଏହାପରେ ସିଏସଇ ପକ୍ଷରୁ ଉତ୍ତରପ୍ରଦେଶର ଯଶପୁରରେ ଥିବା ଏକ ମହୁ ପ୍ରକ୍ରିୟାକରଣ ପ୍ଲାଣ୍ଟ ଉପରେ ଗୋପନରେ ଅନୁସନ୍ଧାନ କରିଥିଲେ । ଏହି କମ୍ପାନୀରେ ପ୍ରକ୍ରିୟାକୃତ ମହୁରେ ପ୍ରାୟ ୫୦%ରୁ ଉଦ୍ଧ୍ଵର୍ର୍ ପରିମାଣର ଅପମିଶ୍ରଣ ହେଉଥିଲେ ମଧ୍ୟ ତାହା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶୁଦ୍ଧ ମହୁର ମାନ୍ୟତା ପାଇଥିଲା ବୋଲି ସିଏସଇ ରିପୋର୍ଟରେ କୁହାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories