୭୮ହଜାର କୋଟିରେ ରେଳବାଇରେ ଆଧୁନିକ ସିଗ୍‍ନାଲ ବ୍ୟବସ୍ଥା

୧୮ ଘଣ୍ଟାର ଯାତ୍ରା ସମୟ ୧୨ ଘଣ୍ଟାକୁ ହ୍ରାସ ପାଇବ

ନୂଆଦିଲ୍ଲୀ : ଆଧୁନିକ ଟ୍ରେନ୍‍ କଣ୍ଟ୍ରୋଲ୍‍ ବ୍ୟବସ୍ଥା ମାଧ୍ୟମରେ ସିଗ୍‍ନାଲ ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ପାଇଁ ଭାରତୀୟ ରେଳବାଇ ନିଷ୍ପତ୍ତି ନେଇଛି। ରେଳ ମନ୍ତ୍ରଣାଳୟ କହିଛି, ଏହି ଆକାଂକ୍ଷିତ ପ୍ରକଳ୍ପ ଦ୍ୱାରା ସୁରକ୍ଷା ବ୍ୟବସ୍ଥା ଅଧିକ ଉନ୍ନତ ହୋଇ ପାରିବ। ସିଗନାଲ୍‍ ବ୍ୟବସ୍ଥାର ଉନ୍ନିତ ହେବା ସହ ରେଳ ଚଳାଚଳ ଅଧିକ ଦୃତ ହୋଇପାରିବ।

୨୦୧୮-୧୯ ବର୍ଷରେ ଏହି ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏଥିପାଇଁ ୭୮ହଜାର କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ଏହାଦ୍ୱାରା ୧୮ ଘଣ୍ଟାର ଯାତ୍ରା ସମୟକୁ ୧୨ ଘଣ୍ଟାରେ ସୀମିତ କରାଯାଇ ପାରିବ। ଦିଲ୍ଲୀ-ମୁମ୍ବାଇ ଏବଂ ଦିଲ୍ଲୀ-ହାଓ୍ୱଡା ଭଳି ଅଧିକ ଟ୍ରେନ୍‍ ଚଳାଚଳ କରୁଥିବା ଲାଇନରେ ଏହି ବ୍ୟବସ୍ଥା ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଛି।

Comments are closed.