ରେଳବାଇରେ ଉନ୍ନତି ପାଇଁ ଜାତୀୟ ରେଳ ଯୋଜନା

ନୂଆଦିଲ୍ଲୀ :  ଭାରତୀୟ ରେଳବାଇ ଏକ ଜାତୀୟ ରେଳ ଚିଠା ଯୋଜନା ପ୍ରସ୍ତୁତ କରିଛି। ରେଳବାଇରେ ଦକ୍ଷତା ଉନ୍ନତି ଆଣିବା ଲକ୍ଷ୍ୟରେ ଉଦ୍ୟମ ଭାବେ ଏଭଳି ପଦକ୍ଷେପ ନିଆଯାଇଛି। ଜାତୀୟ ରେଳ ଯୋଜନା ନାମକ ଏକ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅନୁସାରେ ରେଳବାଇର ମୌଳିକ ଭିତ୍ତିଭୂମିରେ ଉନ୍ନତି ଅଣାଯିବ। ଏହି ଯୋଜନା ସଂକ୍ରାନ୍ତରେ ବିଭିନ୍ନ ମନ୍ତ୍ରଣାଳୟର ମତାମତ ଜାଣିବା ପାଇଁ ଏହାକୁ ସେମାନଙ୍କ ପାଖକୁ ପଠାଯାଇଛି। ରେଳବାଇ ଆସନ୍ତା ମାସ ସୁଦ୍ଧା ଏହି ଯୋଜନାକୁ ଚୂଡ଼ାନ୍ତ କରିବ।

Comments
Loading...