ଆଜି ପାଇଁ ୩୩୫ଟି ଟ୍ରେନ୍‍ ବାତିଲ

ନୂଆଦିଲ୍ଲୀ: ଆଜି ପାଇଁ ୩୩୫ଟି ଟ୍ରେନ୍‍ ବାତିଲ କଲା ଭାରତୀୟ ରେଳବାଇ ବିଭାଗ । ବିଭିନ୍ନ କାରଣକୁ ନେଇ ରେଳବିଭାଗ ପକ୍ଷରୁ ୩୩୫ଟି ଟ୍ରେନକୁ ବାତିଲ କରାଯାଇଛି  । ଏଥି ମଧ୍ୟରୁ ୫୨ଟି ଟ୍ରେନ୍ ଆଂଶିକ ଭାବେ ବାତିଲ ହୋଇଥିବା ବେଳେ, ୨୯୩ଟି ଟ୍ରେନକୁ ସଂପୂର୍ଣ୍ଣ ରୂପେ ବାତିଲ କରାଯାଇଛି । ରେଳବାଇର ୱେବ୍ସାଇଟ୍ enquiry.indianrail.gov.in ଅନୁସାରେ ୩୦ଟି ଟ୍ରେନ ରୁଟ୍‍ ମଧ୍ୟ ପରିବର୍ତ୍ତନ କରାଯାଇଛି । ସୂଚନା ଅନୁଯାୟୀ ଭାରତୀୟ ରେଳବାଇ ପକ୍ଷରୁ ପ୍ରତିଦିନ ଟ୍ରେନ୍‍ ବାତିଲ ତାଲିକା ଜାରି କରାଯାଏ । ଟ୍ରେନ୍‍ ବାତିଲ ନେଇ ଯାତ୍ରୀ ମାନେ ଧ୍ୟାନ ଦେବାର ଆବଶ୍ୟକ ରହିଛି ।

Comments are closed.