ଲକ୍‍ଡାଉନରେ ଅସହାୟଙ୍କୁ ରନ୍ଧା ଖାଦ୍ୟ ଯୋଗାଉଛି ଭାରତୀୟ ରେଳ

ସମାଜ ପୋର୍ଟାଲ ଡେସ୍କ: ଲକ୍‍ଡାଉନ ପରିପ୍ରେକ୍ଷୀରେ ଅସହାୟମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ଲାଗି ଭାରତୀୟ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍‍ କର୍ପୋରେସନ – ଆଇ.ଆର୍‍.ସି.ଟି.ସି. କାର୍ଯ୍ୟ ଜାରି ରଖିଛି। ଖାଦ୍ୟ ପରିଷିବା ବେଳେ ରେଲୱେ କର୍ମଚାରୀଙ୍କ ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷା କରାଯିବା ସହ ସ୍ୱଚ୍ଛତା ବଜାୟ ରହିଛି। ୨୮ ମାର୍ଚ୍ଚରୁ ଅଦ୍ୟାବଧି ଆଇ.ଆର୍‍.ସି.ଟି.ସି. ମାଧ୍ୟମରେ ନୂଆଦିଲ୍ଲୀ, ହୁବ୍‍ଲି, କେନ୍ଦ୍ରୀୟ ମୁମ୍ବାଇ, ଅହମ୍ମଦାବାଦ, ହାଓଡ଼ା, ପାଟନା, ପାଟନା, ଦିନଦୟାଲ ଉପାଧ୍ୟାୟ ନଗର, ବାଲେଶ୍ୱର, ବିଜୟୱାଡା ଏବଂ ଗୁଆହାଟୀ ଆଦି ସ୍ଥାନରେ ଥିବା ବେସ୍‍ କିଚେନରୁ ଏକ ଲକ୍ଷ ୩୦ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇସାରିଲାଣି।

ଏହିସବୁ କାର୍ଯ୍ୟରେ ରେଲୱେ ସୁରକ୍ଷା ବଳ, ଅନ୍ୟାନ୍ୟ ସରକାରୀ ବିଭାଗ ଏବଂ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାମାନେ ସାମିଲ ହୋଇଛନ୍ତି। ଏପରିକି ରେଳ ଷ୍ଟେସନ ବାହାରେ ଥିବା ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବା ଲାଗି ନିର୍ଦ୍ଦିଷ୍ଟ ରେଲୱେ ଜୋନ୍‍ର ଜେନେରାଲ୍‍ ମ୍ୟାନେଜର ଓ ଡି.ଆର୍‍.ଏମ୍‍.ମାନେ ଆଇ.ଆର୍‍.ସି.ଟି.ସି. ଅଧିକାରୀଙ୍କ ସହ ନିରନ୍ତର ଯୋଗାଯୋଗ କରୁଛନ୍ତି। ରେଳମନ୍ତ୍ରୀ ପୀୟୂଷ ଗୋଏଲ ଅସହାୟ ଲୋକଙ୍କ ନିକଟରେ ଯେଭଳି ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ପହଞ୍ଚି।ରିବ ସେ ଦିଗରେ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍‍-୧୯ ସଂକ୍ରମଣ ରୋକିବା ଲାଗି ଅସହାୟମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖାଯାଇ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Comments are closed.