୬୫ ବିଲିଅନ ଡଲାର ଶିଳ୍ପରେ ପରିଣତ ହେବ ଦେଶୀୟ ଔଷଧ ଉତ୍ପାଦନ କ୍ଷେତ୍ର

ଭାରତୀୟ ଔଷଧ ଉତ୍ପାଦନ କ୍ଷେତ୍ର ୨୦୨୪ ସୁଦ୍ଧା ୬୫ ବିଲିଅନ ଡଲାର ଶିଳ୍ପରେ ପରିଣତ ହୋଇପାରିବ ବୋଲି ରସାୟନ ଓ ସାର ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା କହିଛନ୍ତି। ସେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ‘Reimagining Distances’ ସଂକ୍ରାନ୍ତ ଲାଟିନ ଆମେରିକୀୟ ଓ କାରୀବିୟାନ୍‍ ଅଧିବେଶନରେ ଯୋଗଦେଇ କହିଛନ୍ତି ଯେ ଭାରତ ବିଶ୍ୱରେ ସର୍ବବୃହତ ପ୍ରଜାତି ଔଷଧ ଉତ୍ପାଦନକାରୀ ଓ ରପ୍ତାନୀକାରୀ ରାଷ୍ଟ୍ରରେ ପରିଣତ ହୋଇଛି। କରୋନା ସଂକ୍ରମଣର ଚିକିତ୍ସା ପାଇଁ ଏଚସିକ୍ୟୁ ଓ ଏଜିଥ୍ରୋମାଇସିନ୍‍ର ଯୋଗାଣ ବିଷୟରେ ସେ କହିଛନ୍ତି, ଭାରତ ୧୨୦ରୁ ଅଧିକ ଦେଶକୁ ଏହି ସବୁ ଔଷଧପତ୍ର ପଠାଉଛି ଏବଂ ଭାରତ ଏକ ନିର୍ଭରଶୀଳ ଔଷଧ ଯୋଗାଣକାରୀ ରାଷ୍ଟ୍ର ଭାବେ ବିଶ୍ୱରେ ପ୍ରଶଂସାଭାଜନ ହୋଇଛି।

ଗୌଡ଼ା କହିଛନ୍ତି, ସରକାର ୭ଟି ମେଗାପାର୍କର ବିକାଶ ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି। ସେଗୁଡ଼ିକ ମଧ୍ୟରେ ତିନୋଟି ବୃହତ ଔଷଧ ପାର୍କ ଓ ୪ଟି ଡାକ୍ତରୀ ସରଞ୍ଜାମ ପାର୍କ ରହିଛି। ଦେଶର ବିଭିନ୍ନ ଭାଗରେ ଏଗୁଡ଼ିକୁ ଆରମ୍ଭ କରାଯାଇଛିି। ଭାରତର ଔଷଧ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ସେ ପୁଞ୍ଜିନିବେଶକାରୀମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ସେ କହିଛନ୍ତି, ଭାରତରେ ରସାୟନ ଓ ପେଟ୍ରୋ ରସାୟନ କ୍ଷେତ୍ର ବଜାର ପାଖାପାଖି ୧୬ ହଜାର ୫୦୦ କୋଟି ଡଲାରରେ ପହଞ୍ଚିଛି। ୨୦୨୫ ସୁଦ୍ଧା ଏହା ୩୦ ହଜାର କୋଟି ଡଲାରକୁ ବୃଦ୍ଧି ପାଇବାର ଆଶା କରାଯାଉଛି।

Comments are closed.