ଇଣ୍ଡିଆନ ଅଏଲ୍ ପାରାଦ୍ୱୀପ-ହାଇଦରାବାଦ ପାଇପଲାଇନ୍ ଜମି ଅଧିଗ୍ରହଣ ନେଇ ବିବାଦ

ଜଗତସିଂହପୁର : ଇଣ୍ଡିଆନ ଅଏଲ ପାରାଦ୍ୱୀପ-ହାଇଦରାବାଦ ପାଇପଲାଇନର ଜମି ଅଧିଗ୍ରହଣ ବେଳେ ଜମିର ଉଚିତ୍ ମୂଲ୍ୟ ପାଇଁ ଉପୁଜି ଥିବା ସମସ୍ୟାର ସମାଧାନ ପାଇଁ ବାଲିତୁଠ ପଞ୍ଚାୟତର ବଡବୁଦା, ବାଲିତୁଠ ଓ ଆଲିଗଡ ଗ୍ରାମବାସୀ ଜିଲ୍ଲା ପ୍ରଶାସନକୁ ୫ ମାସ ପୂର୍ବେ ଜଣାଇ ଅଭିଯୋଗ କରିଥିଲେ । ହେଲେ ପ୍ରଶାସନର ଅବହେଳା ପାଇଁ ଏହାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ । ପରିଶେଷରେ ଜିଲ୍ଲା ଆରକ୍ଷି ଅଧିକାରୀଙ୍କ ନିର୍ଦେଶରେ କୁଜଙ୍ଗ ଥାନା ଅଭ୍ୟର୍ଥନା ଗୃହରେ ଏସଡିପିଓଙ୍କ ନେତୃତ୍ୱରେ ଜମିହରା ଗ୍ରାମବାସୀମାନଙ୍କ ସହ ଆଲୋଚନା ଅନୁଷ୍ଟିତ ହୋଇଥିଲେ ମଧ୍ୟ ଏହା ଫଳପ୍ରଦ ହୋଇପାରିନଥିଲା । ତାହା ପରଠାରୁ ବାଲିତୁଠ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପୁଲିସ ଦ୍ୱାରା ଭୟଭୀତ କରାଇ ଜୋର ଜବରଦସ୍ତ କାମ କରାଇବା ପାଇଁ ପ୍ରଶାସନର ଏହି ପ୍ରସ୍ତୁତି ବିରୋଧରେ ଆଜି ବାଲିତୁଠ, ବଡବୁଦା ଓ ଆଲିଗଡର ଗ୍ରାମବାସୀ ବଡବୁଦାର ବରୁଣେଇ ପୀଠ ଠାରେ ଏକତ୍ରିତ ହୋଇ ଏହାର ପ୍ରତିବାଦ କରିବା ପାଇଁ ଏକ ବୈଠକ ଆୟୋଜନ କରିଥିଲେ । ବୈଠକର ନିଷ୍ପତ୍ତି କ୍ରମେ ଆସନ୍ତାକାଲି ରବିବାର ଦିବା ୧୨ ଘଟିକାରେ ଜମି ହରାଙ୍କୁ ଉଚିତ୍ ମୂଲ୍ୟ ଦାବିରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

Comments are closed.