ଆସନ୍ତାକାଲିଠାରୁ ଆରମ୍ଭ ହେବ ନୌବାହିନୀର ସର୍ବୋଚ୍ଚ ଆନ୍ତର୍ଜାତିକ ବାର୍ଷିକ ସମ୍ମିଳନୀ

ଭାରତ ପ୍ରଶାନ୍ତ ମହାସାଗରୀୟ ଆଞ୍ଚଳିକ କଥାବାର୍ତ୍ତା – ୨୦୨୧ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଏହି କଥାବାର୍ତ୍ତା ୩ ଦିନ ଧରି ଅନ୍‍ଲାଇନ୍‍ ଜରିଆରେ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ଶୀର୍ଷକ ରହିଛି ‘Evolution in Maritime Stratagy during 21st Century : Imperatives Challanges and Way Ahead’।

ଏହା ପ୍ରଥମେ ୨୦୧୮ରେ ଆରମ୍ଭ କରାଯାଇଥିଲା ଓ ଏହା ହେଉଛି ଭାରତୀୟ ନୌବାହିନୀର ସର୍ବୋଚ୍ଚ ଆନ୍ତର୍ଜାତିକ ବାର୍ଷିକ ସମ୍ମିଳନୀ। ଜାତୀୟ ସାମୁଦ୍ରିକ ଫାଉଣ୍ଡେସନ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥାଏ। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଥିବା ସୁଯୋଗ ଓ ଚ୍ୟାଲେଞ୍ଜ ଗୁଡ଼ିକର ମୂଲ୍ୟାଙ୍କନ କରିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ।

Comments are closed.