ଭାରତୀୟ ନୌବାହିନୀର ବଡ଼ ସଫଳତା : ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ରର ସହଯୋଗମୂଳକ ପରୀକ୍ଷଣରେ ସଫଳତା

କୋଚି : ଭାରତୀୟ ନୌବାହିନୀ, ଭୂପୃଷ୍ଠରୁ ଆକାଶକୁ ଲକ୍ଷ୍ୟ ଭେଦୀ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ରର ପ୍ରଥମ ସହଯୋଗମୂଳକ ପରୀକ୍ଷଣରେ ସଫଳତା ହାସଲ କରି  ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଛି । ଭାରତୀୟ ନୌବାହିନୀ ଯୁଦ୍ଧ ଜାହାଜ କୋଚି ଏବଂ ଚେନ୍ନାଇ ଦ୍ୱାରା ପଶ୍ଚିମ ସି-ବୋର୍ଡ ଉପରେ ଗୋଳା ବର୍ଷଣ କରାଯାଇଥିଲା । ଦୁଇଟିଯାକ ଜାହାଜର କ୍ଷେପଣାସ୍ତ୍ରକୁ ଗୋଟିଏ ଜାହାଜ ଦ୍ୱାରା ନିୟନ୍ତ୍ରଣ କରାଯାଇଥିଲା ଫଳରେ ଆକାଶ ବିସ୍ତୃତ  ସୀମା ଉପରେ ଭିନ୍ନ ଭିନ୍ନ ଲକ୍ଷ୍ୟକୁ ରୋକାଯାଇ ପାରିବ। ଭାରତୀୟ ନୌବାହିନୀ, ଡିଆର୍‍ଡିଓ ଏବଂ ଇସ୍ରାଏଲ୍‍ ଏରୋସ୍ପେସ୍‍ ଇଣ୍ଡଷ୍ଟ୍ରିଜ୍‍ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା। ଏହି ବ୍ୟବସ୍ଥାକୁ ଭାରତ ଡାଇନାମିକ୍ସ ଲିମିଟେଡ୍‍ ପକ୍ଷରୁ ନିର୍ମାଣ କରାଯାଇଛି।

Comments are closed.