ଭାରତୀୟ ନୌବାହିନୀରେ ସ୍ଥାପିତ ହେଲା ଷଷ୍ଠ ଡୋର୍ନିୟର ଏୟାର୍‍କ୍ରାପ୍ଟ ସ୍କ୍ୱାଡ୍ରନ୍‍

ପୋର ବନ୍ଦର : ଭାରତୀୟ ନୌବାହିନୀ ଏୟାର୍‍ ସ୍କ୍ୱାଡ୍ରନ୍‍ ୩୧୪ ଆଜି ଗୁଜରାଟ ଉପକୂଳରେ ପୋର ବନ୍ଦର ସ୍ଥିତ ନାଭାଲ ଏୟାର୍‍ ଏନକ୍ଲେଭ୍‍ଠାରେ ନୌବାହିନୀରେ ସ୍ଥାପିତ ହୋଇଛି। ଏହା ହେଉଛି ଷଷ୍ଠ ଡୋର୍ନିୟର ଏୟାର୍‍କ୍ରାପ୍ଟ ସ୍କ୍ୱାଡ୍ରନ୍‍। ଏହି ସ୍କ୍ୱାଡ୍ରନ୍‍ ଡୋର୍ନିୟର ଯୁଦ୍ଧ ବିମାନକୁ ବ୍ୟବହାର କରିବ। ଡୋର୍ନିୟର ଯୁଦ୍ଧ ବିମାନ ହେଉଛି ଏକ ବହୁମୁଖୀ ଏସ୍‍ଆର୍‍ଏମ୍‍ଆର୍‍ ଯୁଦ୍ଧ ବିମାନ ଯାହାର ଦୁଇଟି ଟର୍ବୋପ୍ରପ୍‍ ଇଞ୍ଜିନ୍‍ ରହିଛି। କାନ୍‍ପୁର ସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‍ ଏହାର ନିର୍ମାଣ କରିଥିଲା। ନୌବାହିନୀ ଉପମୁଖ୍ୟ ଭାଇସ୍‍ ଆଡମିରାଲ୍‍ ଏମ୍‍ଏସ୍‍ ପାୱାର୍‍ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Comments are closed.