ସମୁଦ୍ରିକ ଝଡ଼ରେ ଫସି ଯାଇଥିବା ନୌସେନା ଅଧିକାରୀଙ୍କୁ ଉଦ୍ଧାର କଲା ଫ୍ରାନ୍ସ ଜାହାଜ

0

ନୂଆଦିଲ୍ଲୀ:ସୋମବାର ପୂର୍ବାହ୍ନରେ ସମୁଦ୍ର ମଧ୍ୟରେ ଗୁରୁତର ଆହତ ନୌସେନା କମାଣ୍ଡର ଅଭିଳାଷ ଟୋମିଙ୍କୁ ଏକ ଫାନ୍ସିସ ଜାହାଜ ଉଦ୍ଧାର କରିଛି। ନୌସେନା ପ୍ରବକ୍ତା ଡିକେ ଶର୍ମାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁତର ଆହତ ନୌସେନା କମାଣ୍ଡରଙ୍କୁ ଆଣିବା ପାଇଁ ଆଇଏନଏସ ସତପୁରାକୁ ପ୍ରେରଣ କରାଯାଇଛି। କମାଣ୍ଡର ଅଭିଳାଷଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କୁ ପ୍ରାରମ୍ଭିକ ଚିକିତ୍ସା କରାଯିବା ପରେ ତାଙ୍କୁ ଫେରାଇ ଅଣାଯିବ।
ଭାରତୀୟ ନୌସେନାରେ ଆଗଧାଡ଼ିର ନାବିକଙ୍କ ମଧ୍ୟରେ ଅନ୍ୟତମ ଅଭିଳାଷ ଟୋମି ଗୋଲ୍ଡେନ୍ ଗ୍ଲୋବ ରେସ୍‍ରେ ଭାଗ ନେଇଥିଲେ। ଏହି ରେସ୍‍ରେ କେବଳ ଏକ ନୌକା ସହଯୋଗରେ ସମୁଦ୍ର ମଧ୍ୟରେ ୪୮୨୮୦କିମି ବିଶ୍ୱ ଭ୍ରମଣ କରାଯାଇ ଥାଏ। ଏହି ପ୍ରତିଯୋଗିତା ଜୁଲାଇ ୧ରେ ଫ୍ରାନ୍ସରେ ଆରମ୍ଭ ହୋଇଥିଲା। ଉକ୍ତ ପ୍ରତିଯୋଗିତାରେ ୧୮ଜଣ ନାବିକ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଅଭିଲାଷ ଅନ୍ୟତମ। ଭାରତର ଦକ୍ଷିଣରେ ସ୍ଥିତ ଭାରତ ମହାସାଗରରେ ସାମୁଦ୍ରିକ ଝଡ଼ରେ ତାଙ୍କ ନୌକା କ୍ଷତିଗ୍ରସ୍ତ ହେବା ସହ ଗୁରୁତର ଆହତ ହୋଇଥିଲେ ଅଭିଳାଷ। ଏ ସମ୍ପର୍କରେ ଫ୍ରାନ୍ସର ଆୟୋଜକଙ୍କୁ ଅଭିଳାଷ ଜରୁରୀକାଳୀନ ମ୍ୟାସେଜ ପ୍ରେରଣ କରିଥିଲେ। ତାଙ୍କ ପିଠିରେ ଗଭୀର କ୍ଷତ ହୋଇଥିବା ଜଣା ପଡ଼ିଥିଲା। ଖବର ପାଇ ଫ୍ରାନ୍ସ ଓ ଭାରତୀୟ ନୌସେନା ପକ୍ଷରୁ ଅଭିଳାଷଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସର୍ବପ୍ରଥମେ ଅଭିଳାଷଙ୍କୁ ଅଷ୍ଟ୍ରେଲିୟାର ପର୍ଥ ସହରଠାରୁ ୩ହଜାର କିମି ଦୂର ସମୁଦ୍ରରେ ଠାବ କରାଯାଇ ଥିଲା। ତାଙ୍କ ପିଠିରେ ଆଘାତ ଲାଗିବାରୁ ସେ ଚାଲି ପାରୁ ନାହାନ୍ତି। ତେଣୁ ଏକ ଷ୍ଟ୍ରେଚର ଦ୍ୱାରା ତାଙ୍କୁ ଉଦ୍ଧାର କରିବାକୁ ଅଭିଳାଷ ନିବେଦନ କରିଛନ୍ତି। ରବିବାର ଭାରତୀୟ ବାୟୁସେନାର ପି୮ଆଇ ଯୁଦ୍ଧ ବିମାନ ଅଭିଳାଷଙ୍କ ନୌକାକୁ ଠାବ କରିବା ସହ ଫଟୋ ଉତ୍ତୋଳନ କରିବାକୁ ସଫଳ ହୋଇଥିଲା।

 

Leave A Reply