ଆଇଏନଏସ ଦ୍ୱାରକା ପରିଦର୍ଶନ କଲେ ନୌସେନା ମୁଖ୍ୟ

ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂ ନୂଆ ବର୍ଷ ଅବସରରେ ଗୁଜୁରାଟର ଓଖାରେ ଥିବା ଆଗୁଆ ପରିଚାଳନା ଘାଟିରେ ଆଇଏନଏସ ଦ୍ୱାରକା ପରିଦର୍ଶନ କରିଛନ୍ତି। ଏହି ଅବସରରେ ଗୁଜୁରାଟ ଏବଂ ଡାମନ୍ ଓ ଡିୟୁ ନୌସେନା ଅଂଚଳ ସହ ଜଡିତ ଫ୍ଲାଗ ଅଫିସର ସାମୁଦ୍ରିକ କାର୍ଯ୍ୟ ଓ ସୁରକ୍ଷା ଦିଗ ବିଷୟରେ ସୂଚନା ଦେଇଛନ୍ତି।

ଆଡମିରାଲ ସିଂ ଉପକୂଳ ନୀରିକ୍ଷଣ ପଦକ୍ଷେପର ସମୀକ୍ଷା ସହ ଓଖା ନୌସେନା କେନ୍ଦ୍ର ଏବଂ ଅନ୍ୟ ୟୁନିଟ ପରିଦର୍ଶନ କରିଥିଲେ। ଆଇଏନଏସ ଦ୍ୱାରକା ସୁବର୍ଣ୍ଣ ଜୟନ୍ତୀ ବର୍ଷରେ ପଦାର୍ପଣ କରିଥିବାରୁ ସେଠାରେ ହୋଇଥିବା ଗୁଣାତ୍ମକ କାର୍ଯ୍ୟକୁ ପ୍ରଶଂସା କରି ସେ କର୍ମଚାରୀମାନଙ୍କୁ ଭଲ କାମ ଜାରି ରଖିବାକୁ ଉତ୍ସାହିତ କରିଛନ୍ତି।

Comments are closed.