ଅଲିମ୍ପିକ୍‌ସ ଯୋଗ୍ୟତା ହକି : ଭାରତୀୟ ପୁରୁଷ ଦଳକୁ ମିଳିଲା ଟୋକିଓ ଅଲିମ୍ପିକ୍‌ସ ଟିକଟ

ଭୁବନେଶ୍ୱର : ଭାରତୀୟ ପୁରୁଷ ହକି ଦଳ ଶନିବାର ସନ୍ଧ୍ୟାରେ ଟୋକିଓ ଅଲମ୍ପିକ-୨୦୨୦ ପାଇଁ ଯୋଗ୍ୟତା ହାସଲ କରିଛି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ରୁଷିଆ ବିପକ୍ଷରେ ଲଗାତର ଦ୍ବିତୀୟ ବିଜୟ ସହ ଭାରତୀୟ ପୁରୁଷ ହକି ଦଳକୁ ଟୋକିଓ ଅଲିମ୍ପିକ୍‌ସ-୨୦୨୦ ପାଇଁ ଟିକଟ ମିଳିଛି। ଦ୍ବିତୀୟ ମ୍ୟାଚକୁ ୭-୧ଗୋଲରେ ଜିତି ଭାରତ ଟୋକିଓ ଅଲିମ୍ପିକ୍‌ସ-୨୦୨୦ ଟିକଟ ପାଇଥିବା ଜଣାପଡିଛି।

Comments are closed.