ଆମେରିକାରେ ଭାରତୀୟ ବଂଶୋଦ୍ଭବ ମେୟର ଭାବେ ନିର୍ବାଚିତ

0

ନ୍ୟୁୟର୍କ . –  ଭାରତୀୟ ବଂଶୋଦ୍ଭବ ତଥା ଶିଖ୍‌ ବ୍ୟବସାୟୀ ହ୍ୟାରି ସିଂ ସିଦ୍ଧୁ ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟରେ ଥିବା ଆନାହେଇମ୍‌ ମହା ନଗରର ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ହ୍ୟାରି ଭାରତରେ ଜନ୍ମ । ୧୯୭୪ ମସିହାରେ ସେ ପିତାମାତାଙ୍କ ସହ ଆମେରିକା ଯାଇଥିଲେ । ଫିଲଡେଫିଆରେ ସ୍ଥାୟୀ ଅଧିବାସୀ ଭାବେ ସେ ବସବାସ କରୁଛନ୍ତି  ।ସେଠାରେ ତାଙ୍କ ପରିବାର ବ୍ୟବସାୟ ଚାଲୁଛି । ପୂର୍ବରୁ ସେ ଆନାହେଇମ୍‌ ମହା ନଗର ପରିଷଦର ସଦସ୍ୟ ଥିଲେ । ସେ ଆନାହେଇମ୍‌ର ପ୍ରଥମ ଶିଖ୍‌ ମେୟର ।

ଆନାହେଇମ୍‌ କାଲିଫର୍ଣ୍ଣିଆରେ ଏହ ବିଶାଳ ମହାନଗର । ହ୍ୟାରି ୨୦୦୨ରୁ ୧୦୧୨ ମସିହା ପର୍ଯ୍ୟନ୍ତ ମହାନଗର ପରିଷଦର ସଦସ୍ୟ ଥିଲେ । ଏହି ବିଜୟ ପରେ ସେ ଖୁସୀ ପ୍ରକାଶ କରିଛନ୍ତି ।

Leave A Reply