ଆମେରିକାରେ ଭାରତୀୟ ବଂଶୋଦ୍ଭବ ପୁଲିସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା

0

ଓ୍ୱାଶିଂଟନ . – ଭାରତୀୟ ବଂଶୋଦ୍ଭବ ପୁଲିସ କର୍ମଚାରୀଙ୍କୁ ଆମେରିକାରେ ଅଜଣା ଆତତାୟୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖ୍ରୀଷ୍ଟମାସ ପାଳନ ଅବସରରେ  ୩୩ ବର୍ଷୀୟ  ରୋନିଲ୍‌ ସିଂ ଓଭର୍‌ଡ୍ୟୁଟି କରୁଥିଲେ । ସେ ଆମେରିକାର କାଲିଫର୍ଣ୍ଣିଆ ଅଞ୍ଚଳରେ ମୁତୟନ ଥିଲେ । ସେ ପତ୍ନୀ ଓ ୫ ମାସର ପୁଅସହ ଖ୍ରୀଷ୍ଟମାସ ପାଳନ କରିବାର କିଛି ସମୟ ପରେ କାମରେ ଯୋଗ ଦେଇଥିଲେ । ହେଲେ ଘରକୁ ତାଙ୍କୁ ହତ୍ୟାକରାଯାଇଥିବା ଅଭିଯୋଗ ଆସିଥିଲା ।

ରୋନିଲ ସିଂଙ୍କ ସମ୍ମାନରେ କାଲିଫର୍ଣ୍ଣିଆର ମୁଖ୍ୟ ସରକାରୀ କାର୍ଯ୍ୟାଳୟମାନଙ୍କରେ  ଜାତୀୟ ପତାକାକୁ ଅର୍ଦ୍ଧ ନମିତ କରାଯିବ । ଗତ ୫ ବର୍ଷ ଧରି ରୋନିଲ୍‌ କାଲିଫର୍ଣ୍ଣିଆର ପୁଲିସ ବିଭାଗରେ କାମ କରୁଥିଲେ । ସେ ଖ୍ରୀଷ୍ଟମାସରେ ଏକ ଟ୍ରାଫିକ୍‌ ପୋଷ୍ଟରେ ମୁତୟନ ଥିଲେ । ତାଙ୍କୁ ଗୁଳି କରାଯାଇଥିଲା ସେ ନିଜ ଓ୍ୱାରଲେସ ସିଷ୍ଟମରେ ସୂଚନା ଦେଇଥିଲା। ପରେ ବିଭିନ୍ନ ସୁରକ୍ଷା ଏଜେନ୍ସିର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗୁରିତର ଅବସ୍ଥାରେ ତାଙ୍କୁ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply