ଗାଲୱାନ ଉପରେ ଉଡିଲା ଭାରତୀୟ ଜେଟ, ସୀମା ସଂଘର୍ଷ ପାଇଁ ଭାରତକୁ ପୁଣି ଦାୟୀ କଲା ଚୀନ

ଭାରତ ନିଜର ସାମରିକ ଶକ୍ତି ପ୍ରଦର୍ଶନ ପୂର୍ବକ ହିମାଳୟ ଅଞ୍ଚଳରେ ଏକ ଫ୍ଲାସପଏଣ୍ଟ ଉପରେ ଜେଟ ବିମାନ ଉଡାଇବା ପରେ ଚୀନ୍ ପୁଣିଥରେ ଭାରତକୁ ସୀମା ସଂଘର୍ଷ ଘଟାଇଥିବାର ଅଭିଯୋଗ କରିଛି ଯେଉଁଥିରେ ଅତି କମରେ ୨୦ ଜଣ ଯବାନ ସହୀଦ ହୋଇଥିଲେ।

ଭାରତୀୟ ଜେଟ୍ ନିୟମିତ ଭାବରେ ବୁଧବାର ଦିନ ଲେହର ଏକ ସାମରିକ ଘାଟୀରୁ ୨୪୦ କିଲୋମିଟର ଦୂରରେ ଅବସ୍ଥିତ ପାର୍ବତ୍ୟ ସୀମା ଆଡକୁ ଉଡିଥିଲା। ଲେହ ବାହାରେ ଥିବା ମୁଖ୍ୟ ରାସ୍ତା ଏବଂ ୩୫୦୦ ମିଟର ଉଚ୍ଚରେ ଅବସ୍ଥିତ ମୁଖ୍ୟ ସହରର ଚାରିପାଖରେ ସାମରିକ କାର୍ଯ୍ୟକଳାପ ଜୋରଦାର କରାଯାଇଥିଲା। ଲେହ ନିକଟସ୍ଥ ରାସ୍ତାରେ ସାମରିକ ଟ୍ରକ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ କରାଯାଉଥିବା ସୂଚନା ମିଳିଛି।

Comments
Loading...