ନିରଜ ଚୋପ୍ରାଙ୍କୁ ଟୋକିଓ ଅଲିମ୍ପିକ୍ସ ଟିକଟ

ନୂଆଦିଲ୍ଲୀ : ଭାରତର ଜାଭଲିନ୍‍ ଫିଙ୍ଗାଳି ନିରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାରେ ଆଥ୍‍ଲେଟିକ୍‍ ସେଣ୍ଟ୍ରାଲ୍‍ ନର୍ଥ ଇଷ୍ଟ୍‍ ପ୍ରତିଯୋଗିତାରେ ସେ ୮୭.୮୬ ମିଟର ଦୂରତ୍ୱ ପର୍ଯ୍ୟନ୍ତ ଜାଭେଲିନ୍‍ ଫିଙ୍ଗି ସେ ଏହି ଯୋଗ୍ୟତା ହାସଲ କରିଛନ୍ତି । ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ପଦକ ବିଜେତା ୨୨ ବର୍ଷ ବୟସ୍କ ନିରଜ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଧାର୍ଯ୍ୟ ୮୫ ମିଟରର ସୀମାକୁ ତାଙ୍କର ଚତୁର୍ଥ ଉଦ୍ୟମରେ ଅତିକ୍ରମ କରିଥିଲେ । ନିରଜ ଆଇଏଏଫ୍‍ ବିଶ୍ୱ ଚାମ୍ପିୟାନ୍‍ସିପ୍‍ ଓ ଏସୀୟ ଚାମ୍ପିୟନ୍‍ସିପରେ କହୁଣୀରେ ଆଘାତ ପାଇଁ ଖେଳିପାରି ନଥିଲେ । ପୂର୍ବରୁ ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ସେ ୮୮.୦୬ ମିଟର ଦୂରତ୍ୱ ପର୍ଯ୍ୟନ୍ତ ଜାଭେଲିନ୍‍ ଫିଙ୍ଗି ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ।

Comments are closed.