ଇଣ୍ଡିଆନ ଆଇଡଲ-୧୦ : ବାଜି ମାରିନେଲେ ସଲମାନ ଅଲ୍ଲୀ

0

ନୂଆଦିଲ୍ଲୀ : ସୋନୀ ଟିଭିରେ ପ୍ରସାରିତ ରିୟାଲିଟି ଶୋ’ ଇଣ୍ଡିଆନ ଆଇଡଲ-୧୦ର ବିଜେତା ହୋଇଛନ୍ତି ସଲମାନ ଅଲ୍ଲୀ। ଶୋ’ ର ଗ୍ରାଣ୍ଡ୍ ଫିନାଲେ ରବିବାର ଶେଷ ହୋଇଛି। ସେ ଚାରି ଜଣ ପ୍ରତିଦ୍ବନ୍ଦିଙ୍କୁ ପଛରେ ପକାଇ ଏହି ଟାଇଟଲ ଜିତିଛନ୍ତି। ବିଜେତା ଭାବେ ସଲମାନ ଅଲ୍ଲୀଙ୍କୁ ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଗାୟିକା ନେହା କକ୍କର ଓ ବିଶାଲ ଦଦଲାନୀ ଏହି ଶୋ’ରେ ବିଚାରକର ଭାର ବହନ କରିଥିଲେ। ସେ ବିଜେତା ଭାବେ ସଲମାନଙ୍କ ନାମ ଘୋଷଣା କରିଥିଲେ। ସଲମାନ ଓ ଅଙ୍ଗୁଶ ଭରଦ୍ବାଜ୍ ଦୁଇଜଣ ପ୍ରତିଦ୍ବନ୍ଦି ଟପ୍-୨ରେ ପହଞ୍ଚିଥିଲେ। ଶେଷରେ ଅଙ୍ଗୁଶ ଭରଦ୍ବାଜଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି ସଲମାନ। ଶୋ’ର ଫାଇନାଲ୍ ରେ ଚଳଚ୍ଚିତ୍ର ‘ଜିରୋ’ର କଳାକାର ଶାହାରୁଖ ଖାନ, ଅନୁଷ୍କା ଶର୍ମା ଓ କ୍ୟାଟ୍ରିନା କୈଫ ମଧ୍ୟ ଉପସ୍ଥିତ ଥିଲେ।

 

 

Leave A Reply