ଇଣ୍ଡିଆନ ଆଇଡଲ ସିଜନ-୧୦; ଅନୁଙ୍କ ସ୍ଥାନରେ ସଲିମ

0

ମୁମ୍ବଇ : ଗାୟକ ଅନୁ ମଲ୍ଲିକ ମି ଠୁ ଜାଲରେ ଛନ୍ଦି ହେବାପରେ ଇଣ୍ଡିଆନ ଆଇଡଲ ସିଜନ-୧୦ର ଜଜ୍‍ ପଦ ଛାଡିବାକୁ ପଡିଛି। ଅନୁ ମଲ୍ଲିକଙ୍କ ସ୍ଥାନରେ ଗାୟକ ସଲିମ ମର୍ଚାଣ୍ଟଙ୍କୁ ଅଣାଯାଇଥିବା ଜଣାପଡିଛି। ସଲିମ ନିଜେ ଏହି ଖବର ଟୁଇଟର ମାଧ୍ୟମରେ ଜଣାଇଥିଲେ। ସେ ଲେଖିଛନ୍ତି ‘ଇଣ୍ଡିଆନ ଆଇଡଲର ସୁଟିଂ ପାଇଁ ଯାଉଛି’।
ସୂଚନାଯୋଗ୍ୟ ଯେ, ଚାରିଜଣ ମହିଳା ଅନୁମଲ୍ଲିକଙ୍କ ବିରୋଧରେ ମି ଠୁ ଅଭିଯୋଗ କରିଛନ୍ତି। ପ୍ରଥମେ ଗାୟିକା ସୋନା ମହାପାତ୍ର ହିଁ ଅଭିଯୋଗ ଆଣିଥିଲେ। ପରେ ଶ୍ୱେତା ପଣ୍ଡିତ, ଡେନିକା ଡିସୁଜା ଖରାପ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି। ଅନ୍ୟଜଣେ ଇଣ୍ଡିଆନ ଆଇଡଲ ସିଜନ-୧୦ର ମହିଳା ପ୍ରତିଯୋଗୀଙ୍କୁ ୱାଇଲ୍ଡ କାର୍ଡ ପ୍ରବେଶ କରାଇଦେବାକୁ କହି ଖରାପ ବ୍ୟବହାର କରିଥିଲେ।

Leave A Reply