କୋନେରୁ ହମ୍ପିଙ୍କୁ ମହିଳା ବିଶ୍ୱ ର‍୍ୟାପିଡ୍‍ ଚେସ୍‍ ଚାମ୍ପିୟନ-୨୦୧୯ ଟାଇଟଲ

ମୋସ୍କା : ଭାରତୀୟ ଗ୍ରାଣ୍ଡ ମାଷ୍ଟର କୋନେରୁ ହମ୍ପି ମହିଳା ବିଶ୍ୱ ର‍୍ୟାପିଡ୍‍ ଚେସ୍‍ ଚାମ୍ପିୟନ-୨୦୧୯ ଆଖ୍ୟା ଅର୍ଜନ କରିଛନ୍ତି । ସେ ରୁଷିଆର ମୋସ୍କାଠାରେ ଏକ ନାଟକୀୟ ଢଙ୍ଗରେ ଫାଇନାଲରେ ଚୀନର ଲୋଇ ଡିଙ୍ଗଜୀଙ୍କୁ ପରାସ୍ତ କରିଥିଲେ। ଓପନିଂ ପର୍ଯ୍ୟାୟରେ ହାରି ଯିବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ହମ୍ପି ଭଲ ପ୍ରଦର୍ଶନ କରି ୧୨ ରାଉଣ୍ଡରେ ୯ପଏଣ୍ଟରେ ହାସଲ କରିଥିଲେ।

ଟିଙ୍ଗ୍‍ଜୀ ରୌପ୍ୟପଦକ ହାସଲ କରିଥିବା ବେଳେ ତୁର୍କୀର ଏକାତେରିକା ଅଟାଲିକ୍‍, ବ୍ରୋଞ୍ଚପଦକ ହାସଲ କରିଛନ୍ତି । ଭାରତୀୟ ମହିଳା ଚେସ୍‍ ଖେଳାଳୀଭାବେ ହମ୍ପିଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଜୟ ।  ଅପରପକ୍ଷରେ ନରୱେର ମାଗନସ୍‍ କାର୍ଲସେନ ପୁରୁଷ ଚେସ୍‍ ଟାଇଟଲ ହାସଲ କରିଛନ୍ତି ।

Comments are closed.