କରୋନା ଭୟ : କର୍ତ୍ତାରପୁର ସାହିବ୍‍ ତୀର୍ଥଯାତ୍ରା ବନ୍ଦ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ପାକିସ୍ତାନର କର୍ତ୍ତାରପୁର ସାହିବ୍‍ ଗୁରୁଦ୍ୱାର ନିମନ୍ତେ ତୀର୍ଥଯାତ୍ରା ଓ ପଞ୍ଜୀକରଣକୁ ରବିବାର ମଧ୍ୟରାତ୍ରିରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ୍‍ କରି ଦିଆଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଅନ୍ତର୍ଜାତୀୟ ସୀମା ଫାଟକ ଗୁଡ଼ିକରେ ସବୁପ୍ରକାର ଯାତ୍ରୀମାନଙ୍କର ଗମନାଗମନକୁ ବାତିଲ୍‍ କରି ଦିଆଯାଇଛି।

Comments are closed.