ପ୍ରଖ୍ୟାତ ଫୁଟବଲ ଖେଳାଳି ପି.କେ. ବାନାର୍ଜୀଙ୍କ ପରଲୋକ

ଜାମସେଦପୁର : ପ୍ରଖ୍ୟାତ ଭାରତୀୟ ଫୁଟବଲ ଖେଳାଳି ପି.କେ. ବାନାର୍ଜୀଙ୍କର ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ୧୯୬୨ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ବିଜୟ ହୋଇଥିବା ସ୍ୱର୍ଗତଃ ବାନାର୍ଜୀଙ୍କୁ ଅର୍ଜୁନ ଓ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ପଶ୍ଚିମବଙ୍ଗର ଜଲପାଇଗୁଡ଼ି ସହର ଉପକଣ୍ଠରେ ଅବସ୍ଥିତ ମୋୟନାଗୁଡ଼ିଠାରେ ୧୯୩୬ ମସିହା ଜୁନ୍‍ ୨୩ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ। ଦେଶ ବିଭାଜନ ପୂର୍ବରୁ ତାଙ୍କ ପରିବାର ଜାମସେଦପୁରକୁ ସ୍ଥାନାନ୍ତରିତ ହୋଇଯାଇଥିଲା। ଜାତୀୟ ଦଳ ପାଇଁ ଖେଳି ସେ ଆନ୍ତର୍ଜାତିକ ପ୍ରତିଯୋଗୀତା ଗୁଡ଼ିକରେ ୬୫ଟି ଗୋଲ ସ୍କୋର କରିଥିଲେ।

Comments are closed.