ପାକିସ୍ତାନର ନିଷ୍ପତ୍ତି : ଦେଶରେ ମୁକ୍ତିଲାଭ ହେବ ନାହିଁ ଭାରତୀୟ ଚଳଚ୍ଚିତ୍ର

0

ମୁମ୍ବଇ : ଭାରତୀୟ ବାୟୁସେନା ଦ୍ୱାରା ବାଲାକୋଟରେ ଆତଙ୍କବାଦୀ ସଙ୍ଗଠନର ପ୍ରଶିକ୍ଷଣ ଶିବିର ଧ୍ୱଂସ କରାଯିବା ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଛି। ପାକ୍‍ ପ୍ରତିଶୋଧ ପରାୟଣ ହୋଇ ଅନେକ ବୟାନବାଜି ମଧ୍ୟ କରୁଛି। ଇତି ମଧ୍ୟରେ ମଙ୍ଗଳବାର ପାକ୍‍ ସରକାର ଘୋଷଣା କରିଛନ୍ତି ଯେ, କୌଣସି ଭାରତୀୟ ଚଳଚ୍ଚିତ୍ରକୁ ତାଙ୍କ ଦେଶରେ ମୁକ୍ତିଲାଭ କରାଯିବନାହିଁ। ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଚୌଧରୀ ଫୱାଦ ହୁସୈନ କହିବା ଅନୁସାରେ, ଦେଶର ଚଳଚ୍ଚିତ୍ର ପ୍ରଦର୍ଶନକାରୀ ସଂସ୍ଥା ଭାରତୀୟ ଚଳଚ୍ଚିତ୍ରକୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି। ଏହାବ୍ୟତୀତ ଭାରତରେ ପ୍ରସ୍ତୁତ ବିଜ୍ଞାପନକୁ ମଧ୍ୟ ପାକିସ୍ତାନରେ ପ୍ରସାରଣ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply