ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଇର୍ଫାନ ପଠାନ

ନୂଅଦଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଇର୍ଫାନ ପଠାନ ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଶନିବାର କ୍ରିକେଟର ତିନୋଟି ଫର୍ମାଟରୁ ଅବସର ଘୋଷଣା କରିବା ସହିତ ଭାବବିହ୍ବଳ ହୋଇ କହିଛନ୍ତି, ଆଜି ମୋଁ ପାଇଁ ଭାବବିହ୍ବଳ ହେବାର ସମୟ ଆସିଛି। ତେବେ ସବୁ କ୍ରିକେଟରଙ୍କ ଜୀବନରେ ଦିନେନା ଦିନେ ଏଭଳି ସମୟ ଆସିବ ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ, ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ଼, ସୌରଭ ଗାଙ୍ଗୁଲି ଓ ଭିଭିଏସ୍ ଲକ୍ଷ୍ମଣଙ୍କ ଭଳି ମହାନ ଖେଳାଳିଙ୍କ ସହ  ଖେଳିବାର ସୁଯୋଗ ପାଇଥିବାରୁ ମୁଁ ଧନ୍ୟମନେ କରୁଛି। ସେମାନଙ୍କଠାରୁ କହୁତ କିଛି ଶିଖିଥିବା ମଧ୍ୟ ଇର୍ଫାନ କହିଛନ୍ତି। ସେ ନିଜ ଦଳର ସମସ୍ଥ ସଦଶ୍ୟ, ପ୍ରଶିକ୍ଷକ ଏବଂ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କୁ ସବୁବେଳେ ସମର୍ଥନ କରୁଥିବା ସାଥି ଖେଳାଳିମାନଙ୍କୁ ମଧ୍ୟ ସେ ଧନ୍ୟବାଦ ଜଣାଇଛନ୍ତି।

pic courtesy-india today

ଇର୍ଫାନ ପଠାନ ୨୦୦୩ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଏଡିଲେଡରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ସେହିଭଳି ନିଜର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ ୨୦୧୨ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ। ସେ ଅନ୍ତର୍ଜାତୀୟ କ୍ରିକେଟରେ ୩୦୦ୱିକେଟ ନେଇଛନ୍ତି।
ସେ ଭାରତ ପକ୍ଷରୁ ୨୯ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ୧୦୦ଟି ୱିକେଟର ରେକର୍ଡ ନିଜ ନାମରେ କରିଛନ୍ତି। ସେ ଟେଷ୍ଟରେ ହାଟ୍ରିକ ମଧ୍ୟ ନେଇଛନ୍ତି। ତାଙ୍କର ସର୍ବଶ୍ରେଷ୍ଟ ପ୍ରଦର୍ଶନ ହେଉଛି ୫୯ରନ ଦେଇ ୭ଟି ୱିକେଟ ନେଇଥିଲେ। ଟେଷ୍ଟରେ ସେ ଦୁଇଥର ୧୦ରୁ ଅଧିକ ୱିକେଟ ନେଇଛନ୍ତି। ଏହାସହିତ ୭ଥର ପାଞ୍ଚ ୱିକେଟ ନେବାର ରେକର୍ଡ କରିଛନ୍ତି ଏବଂ ୧୧୦୫ରନ ମଧ୍ୟ ସଂଗ୍ରହ କରିଛନ୍ତି। ଯେଉଁଥିରେ ତାଙ୍କର ଗୋଟିଏ ଶତକ ଏବଂ ୬ଟି ଅର୍ଦ୍ଧଶତକ ସାମିଲ ରହିଛି।
ସେହିଭଳି ପଠାନ ୧୨୦ଟି ଏକଦିବସୀୟ ମ୍ୟାଚରୁ ୧୭୩ଟି ୱିକେଟ ଏବଂ ୧୫୪୪ରନ କରିଛନ୍ତି। ଯେଉଁଥିରେ ତାଙ୍କର ଗୋଟିଏ ଅର୍ଦ୍ଧଶତକ ସାମିଲ ରହିଛି। ପଠାନ ତାଙ୍କର ୨୪ ଟ୍ବେଣ୍ଟି-୨୦ କ୍ୟାରିୟରରେ ୨୮ଟି ୱିକେଟ ନେବାସହ ୧୭୨ରନ କରିଛନ୍ତି।

Comments are closed.