ଗ୍ୟାଲେରୀରେ ଭାରତୀୟ ପ୍ରଶଂସକଙ୍କ ବିବାହ ପ୍ରସ୍ତାବ

ସିଡ୍‌ନୀ : ରବିବାର ଏଠାରେ ଭାରତ-ଅଷ୍ଟ୍ରେଲିଆ ୨ୟ ଦିନିକିଆ ମ୍ୟାଚ୍‌ ମଧ୍ୟରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗ୍ୟାଲେରୀରେ ଭାରତୀୟ କ୍ରିକେଟ୍‌ ଦଳର ଜର୍ସି ପିନ୍ଧିଥିବା ଜଣେ ଯୁବକ ତାଙ୍କ ଅଷ୍ଟ୍ରେଲୀୟ ବାନ୍ଧବୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଉକ୍ତ ଯୁବକ ତାଙ୍କ ପକେଟ୍‌ରୁ ମୁଦି ବାହାରକରି ଆଣ୍ଠେଇ ପଡ଼ି ଉକ୍ତ ଯୁବତୀଙ୍କୁ ବିବାହର ପ୍ରସ୍ତାବ ଦେଇଥିଲେ। ଉକ୍ତ ଯୁବତୀ ମୁଣ୍ଡ ହଲାଇ ସମ୍ମତି ଜଣାଇବା ପରେ ଦୁହେଁ ପରସ୍ପର ଆଲିଙ୍ଗନ କରିଥିଲେ। ଏହି ଦୃଶ୍ୟ ଷ୍ଟାଡିୟମ୍‌ର ବଡ଼ ପରଦାରେ ଦେଖାଯିବା ପରେ ଉକ୍ତ ଗ୍ୟାଲେରୀ ସମ୍ମୁଖରେ ଫିଲ୍‌ଡିଂ କରୁଥିବା ଗ୍ଲେନ୍ ମ୍ୟାକ୍ସୱେଲ୍‌ ତାଳିମାରି ଉଭୟଙ୍କୁ ଅଭିନନ୍ଦନ ଜଣାଇଥିଲେ।

Comments are closed.