ଆମେରିକାରେ ଗିରଫ ଭାରତୀୟ ଛାତ୍ରଙ୍କ ପାଇଁ ଦୂତାବାସ ଜାରି କଲା ହଟଲାଇନ୍‍

0

ୱାସିଂଟନ: ଆମେରିକା ସ୍ଥିତ ଭାରତୀୟ ଦୂତାବାସ ୨୪ଘଣ୍ଟିଆ ଫୋନ ଲାଇନ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଆମେରିକାରେ ବେଆଇନ ଭାବେ ରହଣୀ ପାଇଁ ଗିରଫ ହୋଇଥିବା୧୨୯ଜଣ ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ପରିବାରବର୍ଗ ଓ ସମ୍ପର୍କିୟ ସର୍ବିଶେଷ ତଥ୍ୟ ଜଣାଇବା ପାଇଁ ଏହି ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ୧୩୦ଜଣ ଗିରଫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୨୯ଜଣ ଭାରତୀୟ ଛାତ୍ରଛାତ୍ରୀ ଏକ ଜାଲ ବିଶ୍ୱବିଦ୍ୟାଳୟର ଦଲାଲ ପ୍ରରୋଚନାରେ ପଡ଼ି ସେଠାରେ ନାମ ଲେଖାଇ ଥିଲେ। ଏହି ବିଶ୍ୱବିଦ୍ୟାଳୟ ପକ୍ଷରୁ ଉକ୍ତ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଷ୍ଟୁଡେଣ୍ଟ ଭିସା ଜାରି କରାଯାଇ ଥିଲା। ତେବେ ପରବର୍ତ୍ତୀ ସମୟରେ ଫାର୍ମିଂଟନ ହିଲ୍ସଠାରେ ଥିବା ଏହି ବିଶ୍ୱବିଦ୍ୟାଳୟ ଜାଲ ବୋଲି ପ୍ରମାଣିତ ହୋଇଥିଲା। ଏହା ସହ ଏଠାରେ ପାଠ୍ୟରତ ୬୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କ ଭିସା ବାତିଲ କରି ଦିଆଯାଇ ଥିଲା। ସେମାନଙ୍କ ମଧ୍ୟରୁ ୧୨୯ଜଣ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଖରେ ଅନ୍ୟ କୌଣସି ବିଶ୍ୱ ବିଦ୍ୟାଳୟର ଭିସା ନଥିବାରୁ ସେମାନଙ୍କୁ ଆମେରକୀୟ ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ ପକ୍ଷରୁ ଗିରଫ କରାଯାଇ ଥିଲା। ଆମେରିକୀୟ ତେଲୁଗୁ ଆସୋସିଏସନ ପକ୍ଷରୁ ଏହି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ଦୂତାବାସର ସହଯୋଗ ଲୋଡାଯାଇ ଥିଲା। ଏହି ଘଟଣାରେ ଭାରତୀୟ ଦୂତାବାସ ପକ୍ଷରୁ ହସ୍ତକ୍ଷେପ କରାଯାଇ ଦୁଇଟି ହଟଲାଇନ ନମ୍ବର ଜାରି କରାଯାଇଛି।
୨୦୨-୩୨୨-୧୧୯୦ ଓ ୨୦୨-୩୪୦-୨୫୯୦ ନମ୍ବର ବିଶିଷ୍ଟ ଏହି ଦୁଇ ନମ୍ବରରେ ଯୋଗାଯୋଗ କରି ଭାରତରେ ଥିବା ଅଭିଭାବକ ସେମାନଙ୍କ ପିଲାଙ୍କ ସମ୍ପର୍କରେ ତଥ୍ୟ ଜାଣିପାରିବେ।

Leave A Reply