ଆଶାଠାରୁ ଅଧିକ ଗତିଶୀଳ ହେଉଛି ଭାରତୀୟ ଅର୍ଥନୀତି: ରିଜର୍ଭବ୍ୟାଙ୍କ ଗଭର୍ଣର

ମୁମ୍ବାଇ: ଭାରତୀୟ ଅର୍ଥନୀତି ପୁନରୁଦ୍ଧାର ଗତି  ଆଶା ଠାରୁ  ଅଧିକ ଭଲ ପ୍ରଦର୍ଶନ କରିଛି ବୋଲି କହିଛନ୍ତି  ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଗୁରୁବାର ବୈଦେଶିକ ବିନିମୟ ଡ଼ିଲର୍ସ ଆସୋସିଏସନ  (FEDAI) ର ଚତୁର୍ଥ ବାର୍ଷିକ ଦିବସକୁ ସମ୍ବୋଧିତ କରି ସେ ଉଲ୍ଲେଖ କରିଛନ୍ତି ଯେ କରୋନା ଯୋଗୁ ବିପଦର ସମ୍ମୁଖୀନ ହୋଇଥିବା ଭାରତୀୟ ଅର୍ଥନୀତି କ୍ରମଶ ମୁଖ୍ୟ ଧାରାକୁ ଫେରୁଛି । ଅଭିବୃଦ୍ଧିରେ ଉନ୍ନତି ଆସିଛି ଓ କରୋନା ଭୟ ଜାରି ରହିଥିଲେ ମଧ୍ୟ ଅର୍ଥନୀତିରେ ସୁଧାର ଆସିବା ଭଲ ଲକ୍ଷ୍ୟଣ । ତେବେ ଚାହିଦାର ସ୍ଥିରତା ଓ ବଜାରର ଆଶାକୁ ପୁନଃ ମୂଲ୍ୟାୟନ କରିବା ପାଇଁ ଆମକୁ ସଜାଗ ରହିବାକୁ ହେବ ।

Comments are closed.