ବିଜୟ ଶଙ୍କର-ବୈଶାଳୀଙ୍କ ନିର୍ବନ୍ଧ ସମ୍ପନ୍ନ

ନୂଆଦିଲ୍ଲୀ : ଭାରତୀୟ ଅଲରାଉଣ୍ଡର ବିଜୟ ଶଙ୍କର ଓ ତାଙ୍କ ବାନ୍ଧବୀ ବୈଶାଳୀଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ଏ ସଂପର୍କରେ ବିଜୟ ଶଙ୍କର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବୈଶାଳୀଙ୍କ ସହ ନିର୍ବନ୍ଧ ବେଳର ଏକ ଫଟୋକୁ ବିଜୟ ଶଙ୍କର ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ଛାଡ଼ିଛନ୍ତି। ଭାରତୀୟ କ୍ରିକେଟର୍‌ କ୍ରୁନାଲ୍‌ ପାଣ୍ଡ୍ୟା ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ନିର୍ବନ୍ଧ ପାଇଁ ବିଜୟ ଶଙ୍କର ଓ ବୈଶାଳୀଙ୍କୁ ଶୁଭକାମନା ଜଣାଇଛନ୍ତି। ବିଜୟ ଶଙ୍କର ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦରାବାଦ୍‌ ଦଳ ତରଫରୁ ଖେଳିବାକୁ ଯାଉଥିବାରୁ ଏହି ଦଳ ତରଫରୁ ମଧ୍ୟ ତାଙ୍କୁ ଶୁଭକାମନା ଜଣାଯାଇଛି।

Comments are closed.