ଇଂରାଜୀ କହି ପାରୁନଥିଲେ ରାହାଣେ : ହେଲେ ଇଂରାଜୀ ଶିକ୍ଷାଦାନ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡ଼ର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳ ପାଇଁ ଟେଷ୍ଟରେ ୧୧ଟି ଶତକ ସହାୟତାରେ ୪୨୦୩ ରନ୍ ସ୍କୋର କରିଥିବା ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ ପ୍ରାରମ୍ଭିକ ଦିନରେ ଇଂରାଜୀ କହିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ସମୟ ସହିତ ସେ ଏହାକୁ ଅଭ୍ୟସ୍ତ କଲେ। ଯାହାଦ୍ବାରା ସେ ବର୍ତ୍ତମାନ ଏଲସା(ଏକ ମୋବାଇଲ୍ ଆପ୍) ଯାହା ଇଂରାଜୀ ଶିକ୍ଷା କରିବାରେ ସାହାଯ୍ୟ କରେ, ଅଜିଙ୍କ୍ୟଙ୍କୁ ତାର ବ୍ରାଣ୍ଡ ଆମ୍ବାସାଡର କରିଛି।
ଏହି ଅବସରରେ ରାହାଣେ କହିଛନ୍ତି, ’ଆରମ୍ଭରେ ମୋର ଇଂରାଜୀ ଏତେ ଦୁର୍ବଳ ଥିଲା ଯେ ଇଂଲଣ୍ଡ ଦଳ ଖେଳାଳିଙ୍କର ନାମକରଣ କରିବାରେ ଅସୁବିଧା ହେଉଥିଲା। ମୋର ପ୍ରଥମ ’ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ମନେ ଅଛି। ମୋହାଲିରେ ଇଂଲଣ୍ଡଠାରୁ ଜିତିବା ପରେ ହର୍ଷ ଭୋଗଲେଙ୍କ ସହ ଇଂରାଜୀରେ କଥା ହେବାରେ ମୋତେ ବହୁତ ଅସୁବିଧା ହୋଇଥିଲା। ସେବେଠାରୁ ମୁଁ ସ୍ଥିର କଲି ଯେ ଇଂରାଜୀକୁ ଭଲ ଭାବରେ ଶିଖିବା ଜରୁରୀ। ସେହି ଦିନଠାରୁ ମୁଁ ଅଭ୍ୟାସ ଜାରି ରଖିଥିଲି। ଆଉ ଏବେ ଇଂରାଜୀ ଶିକ୍ଷାଦାନ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡ଼ର ହୋଇପାରିଛି।

Comments are closed.